ନୂଆଦିଲ୍ଲୀ: କରୋନା ସଙ୍କଟ ବେଳେ କେନ୍ଦ୍ର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଯଦି ବିଭିନ୍ନ ମିଡିଆ ରିପୋର୍ଟର ଦାବି ସତ ହୁଏ ତାହେଲେ ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗ ଭତ୍ତା ବା ଡିଏ ବୃଦ୍ଧି ହେବ। ଏବେ ଏହା ୧୭ ପ୍ରତିଶତ ରହିଛି ଯାହା ଆଗାମୀ ଦିନରେ ଏହା ବୃଦ୍ଧି ହୋଇ ୨୧ ପ୍ରତିଶତ ହେବ ବୋଲି କୁହାଯାଉଛି।
ଗତବର୍ଷ କରୋନା ପାଇଁ ସରକାର ମାର୍ଚ୍ଚରେ ବର୍ଦ୍ଧିତ ଡିଏ ଉପରେ ରୋକ୍ ଲଗାଇଥିଲେ। ଦେଢ଼ ବର୍ଷ ପାଇଁ ଏହି ଡିଏ ବଢ଼ିବ ନାହିଁ ବୋଲି ସରକାର କହିଥିଲେ। ଅର୍ଥାତ୍ ଚଳିତ ବର୍ଷ ଜୁନ ପରେ ଡିଏ ବଢ଼ିପାରିବ। ଏହାଦ୍ୱାରା ୪୮ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନ ଉପୋଭକ୍ତା ଉପକୃତ ହେବେ। ତେବେ କିଛି ମିଡିଆ ରିପୋର୍ଟ ଦାବି କରିଛନ୍ତି ଯେ ହୋଲି ପୂର୍ବରୁ ସରକାର ମହଙ୍ଗା ଭତ୍ତା ବା ଡିଏ ଉପରେ କୌଣସି ଗୋଟିଏ ବଡ଼ ନିଷ୍ପତ୍ତି ନେଇପାରନ୍ତି।
ଜାଣିବାକୁ ମିଳିଛି, ୨୦୨୧ ଏପ୍ରିଲ୍ ୧ରୁ ‘ୱେଜ କୋଡ’ ପ୍ରଚଳନ ହେବାର ସମ୍ଭାବନା ରହିଛି । ଏହା କାର୍ଯ୍ୟକାରୀ ହେଲେ ସରକାରୀ କାର୍ଯ୍ୟ ସମୟ, କର୍ମଚାରୀଙ୍କ ଗ୍ରାଚୁଇଟି ଏବଂ ପ୍ରୋଭିଡେଣ୍ଟ୍ ଫଣ୍ଡର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।
The post ସରକାରୀ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର! appeared first on Odisha Reporter.
from Odisha Reporter https://ift.tt/3sQnIk3
No comments:
Post a Comment