ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ମାର୍ଚ୍ଚ ୪ରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ମୋଟ୍ ୧୮ଟି ସେବା ପାଇଁ ଆଉ ଆରଟିଓ ଅଫିସକୁ ଆସିବାକୁ ପଡ଼ିବନି ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି। କାରଣ ଏହି ସବୁ ସେବା ଏବେ ଅନଲାଇନରେ ହୋଇପାରିବ। ଏହି ସେବା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ରେଜିଷ୍ଟ୍ରେସନ, ଲର୍ଣ୍ଣର ଲାଇସେନ୍ସ ଇତ୍ୟାଦି ରହିଛି।
ସଡ଼କ ଓ ପରିବହନ ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏ ସଂପର୍କିକ ଏକ ଟ୍ୱିଟ୍ କରାଯାଇଛି। ଯେଉଁଥିରେ ଆଧାର ମାଧ୍ୟମରେ ଆରଟିଓରେ ମିଳୁଥିବା ୧୮ଟି ସେବାକୁ ଯୋଡ଼ାଯାଇଛି। ଅନଲାଇନରେ ଲୋକମାନେ ଏହି ସବୁ ସେବା ମାଗଣାରେ ପାଇପାରିବେ। ନିକଟରେ ଏ ବାବଦରେ କେନ୍ଦ୍ର ସରକାର ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଥିଲେ। ପରେ ସଂପୃକ୍ତ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ ପାଇଛି।
Certain services regarding Driving License and Certificate of Registration have been made completely online. Now these services can be availed without going to RTO. With Aadhaar authentication, on voluntary basis, anyone can get the benefit of these contactless services. pic.twitter.com/UBBvbbsGfG
— MORTHINDIA (@MORTHIndia) March 4, 2021
- ଡ୍ରାଇଭିଂ ଲାଇସେନ୍ସ ପୂର୍ବରୁ ଲର୍ଣ୍ଣର ଲାଇସେନ୍ସ
- ବିନା ପରୀକ୍ଷାରେ ହୋଇପାରୁଥିବା ଡ୍ରାଇଭିଂ ଲାଇେସେନ୍ସ ନବୀକରଣ
- ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ
- ଡ୍ରାଇଭିଂ ଲାଇସେନ୍ସର ଠିକଣା ଏବଂ ସାର୍ଟିଫିକେଟ ରେଜିଷ୍ଟ୍ରେସନ ପରିବର୍ତ୍ତନ
- ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନୁମତି
- ଲାଇସେନ୍ସ ଫେରସ୍ତ
- ମୋଟର ଯାନର ଅସ୍ଥାୟୀ ପଞ୍ଜୀକରଣ ପାଇଁ ଆବେଦନ
- ଗାଡ଼ିର ଇଞ୍ଜିନ ଏବଂ ସମ୍ପୂର୍ଣ୍ଣ ବଡ଼ି ପାଇଁ ପଞ୍ଜୀକରଣ
- ପଞ୍ଜୀକରଣର ନକଲ ପ୍ରମାଣପତ୍ର ପ୍ରଦାନ ପାଇଁ ଆବେଦନ
- ପଞ୍ଜୀକରଣ ପ୍ରମାଣପତ୍ର ପାଇଁ NOC ପାଇଁ ଆବେଦନ
- ଗାଡ଼ିର ମାଲିକାନା ବଦଳି ପାଇଁ ବିଜ୍ଞପ୍ତି
- ଗାଡ଼ିର ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ
- ପଞ୍ଜୀକରଣ ପ୍ରମାଣପତ୍ରର ଠିକଣା ପରିବର୍ତ୍ତନ
- ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ରରୁ ଡ୍ରାଇଭର ତାଲିମ ପାଇଁ ଆବେଦନ
- କୂଟନୀତିକ ଅଧିକାରୀଙ୍କ ମୋଟର ଯାନର ପଞ୍ଜୀକରଣ ପାଇଁ ଆବେଦନ
- କୂଟନୀତିକ ଅଧିକାରୀଙ୍କ ମୋଟର ଯାନର ନୂଆ ଚିହ୍ନଟ ସହ ପଞ୍ଜିକରଣ ପାଇଁ ଆବେଦନ
- କିଣିବା ଏବଂ ଭଡ଼ାରେ ଆଣିବା ପାଇଁ ସୁପାରିସ କରିବାକୁ ଆବେଦନ
- କିଣିବା ଏବଂ ଭଡ଼ାର ଚୁକ୍ତି ଶେଷ ପାଇଁ ଆବେଦନ
The post ୧୮ଟି ସେବା ପାଇଁ ଆରଟିଓ ଅଫିସ ଦୌଡ଼ିବାକୁ ପଡ଼ିବନି appeared first on Odisha Reporter.
from Odisha Reporter https://ift.tt/3sRJDY4
No comments:
Post a Comment