୫ ମାର୍ଚ୍ଚ, ଶୁକ୍ରବାର: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

୫ ମାର୍ଚ୍ଚ, ଶୁକ୍ରବାର: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ : ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ଦୁଃଖିତ ମର୍ମାହତ ହେବେ । ଆୟ ତୁଳନାରେ ଅଧିକ ବ୍ୟୟ ,ଅଙ୍ଗପୀଡା ଦେଖାଦେଇପାରେ। ପ୍ରତ୍ୟେକଟି ଦିଗରୁ ଅପମାନିତ , ନିନ୍ଦିତ,ସମାଲୋଚିତ ହୋଇପାରନ୍ତି।

ବୃଷ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ଓ ସମସ୍ତ ଦିଗରୁ ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତି ବ୍ୟକ୍ତିମାନେ ଉନ୍ନତି ଲାଭକରିବେ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କର୍ମ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ଘଟିବ ଓ ମନ ପ୍ରଫୁଲ୍ଲ ରହିବ । ଶତ୍ରୁମାନେ ପରାଜିତ ହେବେ ଓ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ ।

କର୍କଟ: କୌଣସି ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ନଚେତ୍ ବିପଦରେ ପଡିଯାଇପାରନ୍ତି । ସ୍ତ୍ରୀଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ଓ ଦୁଃଖିତ ହେବେ । ସାମାନ୍ୟ କଥାରେ ମତ ପାଥର୍ୟକ ଦେଖାଦେଇପାରେ ତେଣୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।

ସିଂହ: ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରିବେ ଓ ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଶାରୀରିକ ପୀଡା ଅନୁଭବ କରିପାରନ୍ତି। ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

କନ୍ୟା: ଦେହ ମନ ସୁସ୍ଥ ରହିବ ଓ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କୋର୍ଟ କଚେରୀରେ ଥିବା ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଅଗ୍ରସର ହେବେ।

ତୁଳା: ବ୍ୟବସାୟିକ ସଫଳତା ଓ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପରିଜନ ଓ ପାଖ ପଡ଼ୋଶୀ  ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ।

ବିଛା: ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ମନ ମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ସରକାରୀ କାମରେ ସଫଳତା ପାଇବେ।

ମକର: ଶତ୍ରୁମାନେ ଦୂରେଇ ଯିବା ଫଳରେ କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ଆୟ ବୃଦ୍ଧି ହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ  ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ।

କୁମ୍ଭ: କର୍ମକ୍ଷେତ୍ରରେ କାଯର୍ୟଭାର ବହନ କରି ଯାତ୍ରା କରିବାକୁ ପଡିପାରେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯାଇ ଅାଶା ମୁତାବକ ଫଳ ପାଇବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସ୍ବତ୍ତେ ଲାଭ ସୁନିଶ୍ଚିତ ହେବ।

ମୀନ: ସେବା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଶଂସିତ ହେବା ସହ ସାମାଜିକ ପତିଆରା ବଜାୟ ରଖିବେ। ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ, ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ।

The post ୫ ମାର୍ଚ୍ଚ, ଶୁକ୍ରବାର: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3uUb5q7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages