ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମଧ୍ୟ ଦୋଳ ଓ ହୋଲି ପାଇଁ ଜାରି କରିଛି ନୂଆ ଗାଇଡଲାଇନ୍। ବିଏମସିର ନୂଆ ଗାଇଡଲାଇନ୍ ମୁତାବକ, ଦୋଳ ମେଳଣ ଯାତ୍ରା ବେଳେ ବିମାନ ସହ ସର୍ବାଧିକ ୬ଜଣଙ୍କୁ ଅନୁମତି ମିଳିଛି। ତେବେ ମେଳଣ ସମୟରେ ଜନସାଧାରଙ୍କୁ ଆକୃଷ୍ଟ କଲା ଭଳି କୌଣସି ଶୋଭାଯାତ୍ରା, ବାଜା, ଘଣ୍ଟ ବଜା ଯାଇ ପାରିବ ନାହିଁ। ବିମାନ କାନ୍ଧଉଥିବା ବ୍ୟକ୍ତି ଜଣକ ମୁହଁରେ ମାସ୍କ ପିନ୍ଧିଥିବା ନିହାତି ଜରୁରୀ।
ଦୋଳ ମେଳଣ ପଡ଼ିଆରେ ୫୦ରୁ ୬୦ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦେବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଛି ବିଏମସି। ଏହାସହ ମେଳଣ ପଡ଼ିଆ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି। ଦୋଳ ମେଳଣ ପଡ଼ିଅରେ ଯାତ୍ରା, ଅର୍କେଷ୍ଟ୍ରା, ମୀନା ବଜାର ଆଦି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୋଳ ମେଳଣର ଆୟୋଜନ ପାଇଁ ଆୟୋଜକଙ୍କୁ ବିଏମସିର ଅନୁମତି ନେବାକୁ ପଡ଼ିବ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ XIMBରୁ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ଏ ଅନୁଷ୍ଠାନକୁ ସିଲ୍ କରିଦିଆଯାଇଛି।
The post ରାଜଧାନୀରେ ଦୋଳ ଓ ହୋଲି ପାଇଁ କଟକଣା appeared first on Odisha Reporter.
from Odisha Reporter https://ift.tt/3cU2T0X
No comments:
Post a Comment