କେଉଁମାନେ ନେଇପାରିବେ ମାତୃତ୍ୱ ଛୁଟି, କୋର୍ଟଙ୍କ ଦେଲେ ବଡ଼ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

କେଉଁମାନେ ନେଇପାରିବେ ମାତୃତ୍ୱ ଛୁଟି, କୋର୍ଟଙ୍କ ଦେଲେ ବଡ଼ ବୟାନ

ଚଣ୍ଡିଗଡ଼: ମାତୃତ୍ୱ ଛୁଟି ଉପରେ ବଡ଼ ବୟାନ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଜଣେ ନର୍ସିଂ ଷ୍ଟାଫଙ୍କ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ତୃତୀୟ ସନ୍ତାନ ପାଇଁ କାହାକୁ ମାତୃତ୍ୱ ଛୁଟି ମିଳିବ ନାହିଁ। ଯାହାର ଦୁଇ କିମ୍ବା ତା’ଠାରୁ କମ ସନ୍ତାନ ଥିବ, ସେମାନଙ୍କୁ ହିଁ ନିମୟ ଅନୁସାରେ ମାତୃତ୍ୱ ଛୁଟି ମିଳିପାରିବ।

ଏହି ଦୁଇ ସନ୍ତାନ ନିଜର ହୋଇଥାଆନ୍ତୁ କି ସାବତ। ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି କୋର୍ଟ କହିଛନ୍ତି। ନର୍ସିଂ ଷ୍ଟାପ ଜଣଙ୍କ ମାତୃତ୍ୱ ଛୁଟି ପାଇଁ ଆବେଦନ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ନିରାଶ ହେବା ପରେ ହାକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ମଧ୍ୟ ଏହାକୁ ଆଗ୍ରହ୍ୟ କରିଦେଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼ର ପିଜିଆଇଏମଇଆର ହସ୍ପିଟାଲରେ ନର୍ସିଂ ଅଫିସର ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ଆବେଦନକୁ ଅଗ୍ରାହ୍ୟ କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ସିଂହ ଓ ଜଷ୍ଟିସ ସନ୍ତ ପ୍ରକାଶ ଏଭଳି ବୟାନ ଦେଇଛନ୍ତି।

ନର୍ସିଂ ଅଫିସର ଜଣଙ୍କ ବିବାହ କରିଥିବା ଜଣେ ବ୍ୟକ୍ତିଙ୍କର ଦୁଇଟି ଛୁଆ ପୂର୍ବରୁ ରହିଥିଲେ। ତେବେ ମହିଳା ଜଣଙ୍କ ତାଙ୍କୁ ବିବାହ କରି ନିଜ ଔରସରୁ ପ୍ରଥମ ସନ୍ତାନକୁ ଜନ୍ମ ଦେଇ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ। ଜୁନ୍‌ ୨୦୧୯ରୁ ସେପ୍ଟେମ୍ବର ୧୯ ଯାଏ ମହିଳା ଜଣଙ୍କ ଯେଉଁ ଛୁଟି ଆବେଦନ କରିଥିଲେ, ତା’କୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଇଏଲ ଭାବେ ବିବେଚନା କରାଯାଇଥିଲା।

ଚଳିତ ବର୍ଷ ଫେବୃଆରୀରେ ମହିଳା ଜଣଙ୍କ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ କେନ୍ଦ୍ରୀୟ ପ୍ରଶାସିକ ଟ୍ରିବ୍ୟୁନାଲ(ସିଏଟି) ପାଖରେ ଆବେଦନ କରିଥିଲେ। ତେବେ ତାଙ୍କୁ ସେଠାରେ କୌଣସି ଆଶ୍ୱସ୍ତି ମିଳି ନଥିଲା। ହସ୍ପିଟାଲ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ଅଫିସିଆଲ ରେକର୍ଡରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ପ୍ରଥମ ଦୁଇ ସନ୍ତାନଙ୍କ ନାଁକୁ ସାମିଲ କରିଛନ୍ତି।

ଏକାଧିକ ଥର ସେମାନଙ୍କ ପାଇଁ ଚାଇଲ୍ଡ କେୟାର ଲିଭ୍‌ ଓ ଚିକିତ୍ସା ସୁବିଧାର ବ୍ୟବହାର କରିଛନ୍ତି। କେନ୍ଦ୍ରୀୟ ସିଭିଲ ସର୍ଭିସ(ଛୁଟି) ନିୟମ ୧୯୭୨ ଅନୁଯାୟୀ ମହିଳାର ପୂର୍ବରୁ ଦୁଇ ସନ୍ତାନ ଥିବା ବେଳେ ତୃତୀୟ ସନ୍ତାନ ପାଇଁ ସେ ମାତୃତ୍ୱ ନେଇ ପାରିବେ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।

ଅନ୍ୟପକ୍ଷରେ ନର୍ସ ଜଣଙ୍କ କହିଥିଲେ ଯେ ସେ ନିଜର ପ୍ରଥମ ସନ୍ତାନ ପାଇଁ ମାତୃତ୍ୱ ଛୁଟି ଆବେଦନ କରିଥିଲେ ହେଁ ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଛନ୍ତି। ପୂର୍ବରୁ ସ୍ୱାମୀଙ୍କର ଥିବା ଦୁଇ ସନ୍ତାନକୁ ହସ୍ପିଟାଲ କର୍ତ୍ତୃପକ୍ଷ ମୋ ନିଜ ସନ୍ତାନ ଭାବେ ଦର୍ଶାଇ ମାତୃତ୍ୱ ଛୁଟିର ଅଧିକାରରୁ ବଞ୍ଚିତ କରିଛନ୍ତି।

ଏହାକୁ ଶୁଣିବା ପରେ କୋର୍ଟ କହିଥିଲେ ଯେ ସର୍ଭିସ ନିୟମ ଅନୁଯାୟୀ, ଜଣେ ସରକାରୀ ମହିଳା କର୍ମଚାରୀଙ୍କୁ ସେତେବେଳେ ମାତୃତ୍ୱ ଛୁଟି ମିଳିବ ଯେତେବେଳେ ସେ ଦୁଇରୁ କମ ସନ୍ତାନର ଜନକ ହୋଇଥିବେ। ଏଠାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଦୁଇ ସନ୍ତାନର ନିଜ ମା’ ନୁହନ୍ତି। ହେଲେ ସେମାନେ ତାଙ୍କ ଛୁଆ ନୁହନ୍ତି ବୋଲି ସେ ମନା କରିପାରିବେ ନାହିଁ।

ଏପରି କି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କର ପୂର୍ବରୁ ଥିବା ଦୁଇ ସନ୍ତାନଙ୍କ ପାଇଁ ଚାଇଲ୍ଡ କେୟାର ଲିଭ ନେଇଛନ୍ତି। ଏଭଳି ସ୍ଥିତିରେ ତାଙ୍କ ଠାରୁ ଜନ୍ମ ହୋଇଥିବା ପିଲାକୁ ତୃତୀୟ ସନ୍ତାନ ଭାବେ ବିବେଚନା କରାଯିବ। ତେଣୁ ତୃତୀୟ ସନ୍ତାନ ପାଇଁ କୌଣସି ପ୍ରକାରର ମାତୃତ୍ୱ ଛୁଟି ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

The post କେଉଁମାନେ ନେଇପାରିବେ ମାତୃତ୍ୱ ଛୁଟି, କୋର୍ଟଙ୍କ ଦେଲେ ବଡ଼ ବୟାନ appeared first on Odisha Reporter.



from Odisha Reporter https://ift.tt/3c2PXXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages