ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର କିଛି ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିଥିବା ବେଳେ ମାସେରୁ ଅଧିକ ଦିନ ପରେ ଓଡ଼ିଶାରେ ଗୋଟିଏ ଦିନରେ ୧୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହି ୧୧୦ ଜଣଙ୍କ ମଧ୍ୟରୁ ୬୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୬ଟି ହେଉଛି ଲୋକାଲ୍ କେସ୍। ୨୨ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଅଛନ୍ତି। ଏହା ପଛକୁ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨, ବରଗଡ଼ରୁ ୪, ଭଦ୍ରକରୁ ଜଣେ, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୨, ନୂଆପଡ଼ାରୁ ୯, ପୁରୀରୁ ୩, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୭ ଜଣ ଚିହ୍ନଟ ହୋଇଛନ୍ତି।
ଷ୍ଟେଟ୍ ପୁଲ୍ରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର, ବୌଦ୍ଧ, ଗଜପତି, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୩୫,୯୨୩ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୭୦୫ ଜଣ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଫେବ୍ରୁଆରୀ ୮ ତାରିଖରେ ରାଜ୍ୟରୁ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫେବ୍ରୁଆରୀ ୯ ତାରିଖରେ ଏହି ରିପୋର୍ଟ ଆସିଥିଲା।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମଥର ପାଇଁଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚି ଯାଇଛି।
ମହାରାଷ୍ଟ୍ରର କରୋନା ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଠାକାର ଅଧିକାଂଶ ସ୍ଥାନରେ ଲକଡାଉନ, ଶଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଥିଲେ ହେଁ ପ୍ରତିଦିନ ସଂକ୍ରମଣହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୫,୮୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି।
Covid-19 Report For 18th March
New Positive Cases: 110
In quarantine: 64
Local contacts: 46(Details of local contacts will be shared by concerned Dist Administration)
District Wise Cases:
1. Angul: 6
2. Balasore: 2
3. Bargarh: 4
4. Bhadrak: 1
5. Cuttack: 20
6. Deogarh: 2— I & PR Department, Odisha (@IPR_Odisha) March 19, 2021
New recoveries: 66
Cumulative tested: 8736689
Positive: 338599
Recovered: 335923
Active cases: 705— I & PR Department, Odisha (@IPR_Odisha) March 19, 2021
The post ମାସେ ପରେ ରାଜ୍ୟରେ ପୁଣି ୧୦୦ ଡେଇଁଲା କରୋନା ପଜିଟିଭ୍, କଟକରେ ସର୍ବାଧିକ appeared first on Odisha Reporter.
from Odisha Reporter https://ift.tt/38Sp9H1
No comments:
Post a Comment