ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠେଇଲେ କଟିବ ଟିଡିଏସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠେଇଲେ କଟିବ ଟିଡିଏସ

ନୂଆଦିଲ୍ଲୀ: ଯଦି ଆପଣ ପୋଷ୍ଟ ଅଫିସରେ ପଇସା ସେଭିଂସ ରଖିଛନ୍ତି କିମ୍ବା ପୋଷ୍ଟ ଅଫିସର କିଛି ସ୍କିମରେ ପଇସା ନିବେଶ କରିଛନ୍ତି ତାହେଲେ ଏହି ଖବର ଆପଣ ଜାଣିବା ଜରୁରୀ। ଯଦି ଆପଣ ଧାର୍ଯ୍ୟ ରାଶିଠାରୁ ଅଧିକ ଟଙ୍କା ଉଠାଇବେ ତାହେଲେ ଟିଡିଏସ କଟିବ। ଏହି ନିୟମ ପିପିଏଫ ଠାରୁ ଆରମ୍ଭ କରି ବିଭିନ୍ନ ସେଭିଂସ ସ୍କିମ୍ ପାଇଁ ପ୍ରଯୁଜ୍ୟ। ଆୟକର ଅଧିନିୟମ ୧୯୬୧ର ଧାରା ୧୯୪ଏନ ସହିତ ଜଡିତ ଏହି ନିୟମ ଜୁଲାଇ ୧, ୨୦୨୦ ଠାରୁ ଲାଗୁ ହୋଇଛି।

ଯଦି ଆପଣ ଆଇଟିଆର ଦାଖଲ କରିନଥିବେ ଏବଂ ୨୦ ଲକ୍ଷରୁ ଅଧିକ କିନ୍ତୁ ୧ କୋଟିରୁ କମ୍ ଟଙ୍କା ଉଠାଉଥିବେ ତାହେଲେ ୨% ଟିଡିଏସ (ଟ୍ୟାକ୍ସ ଡିଡକ୍ଟେଡ ଆଟ୍‌ ସୋର୍ସ ବା ମୂଳସୂତ୍ରରୁ ଟିକସ କାଟ) କଟିବ। ଯଦି ୧ କୋଟିରୁ ଅଧିକ ଟଙ୍କା ଉଠାଇବେ ତାହେଲେ ୫% ଟିଡିଏସ କଟିବ।

ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ପୋଷ୍ଟ ଟେକ୍ନୋଲୋଜି (CEPT) ସଂପୃକ୍ତ ସର୍କଲର ସିବିଏସ୍ଇ ଏବଂ ସିପିସିକୁ ଏହି ଆବଶ୍ୟକୀୟ ବିଜ୍ଞପ୍ତି ପଠାଇବ। ତା’ପରେ ଏହିପରି ଆକାଉଣ୍ଟଗୁଡିକର ସବିଶେଷ ତଥ୍ୟ, ଜମାକାରୀଙ୍କ ପାନ୍ (PAN) ନମ୍ବର ଏବଂ କେତେ ଟିଡିଏସ କଟାଯିବ ସିଇପିଟି ଦ୍ୱାରା ପ୍ରଦାନ କରିବ। ତେବେ ସଂପୃକ୍ତ ସର୍କୁଲାର ଦାୟିତ୍ୱରେ ଥିବା ସିପିସି ଏହି ସମସ୍ତ ତଥ୍ୟ ସଂପୃକ୍ତ ପୋଷ୍ଟ ଅଫିସକୁ ପଠାଇବ। ଏହାଦ୍ୱାରା ଗ୍ରାହକମାନଙ୍କର ଟିଡିଏସରେ ବିନା ତ୍ରୁଟିରେ କଟାଯାଇପାରିବ।  ନିୟମ ଅନୁଯାୟୀ ଟିଡିଏସ ରିହାତି ପାଇଁ ପୋଷ୍ଟମାଷ୍ଟର ବ୍ୟକ୍ତିଗତ ଭାବରେ ଦାୟୀ ରହିବେ |

ଟିଡିଏସ୍ ରିହାତି ପାଇଁ ସେଣ୍ଟର ଫର ଏକ୍ସିଲେନ୍ସ ଇନ୍ ପୋଷ୍ଟ ଟେକ୍ନୋଲୋଜି (CEPT) ଏହିପରି ଜମାକାରୀଙ୍କ କାରବାରକୁ ୧ ଏପ୍ରିଲ୍ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ କହିଛି। ଏଥି ସହିତ ପୋଷ୍ଟ ଅଫିସ ଗୁଡ଼ିକ ଏହି ନିୟମକୁ କିଭଳି ପ୍ରୋତ୍ସାହନ ଦେଇହେବ ତାଉପରେ କାମ କରୁଛି।

The post ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠେଇଲେ କଟିବ ଟିଡିଏସ appeared first on Odisha Reporter.



from Odisha Reporter https://ift.tt/31MtuYJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages