ଉପରମୁହାଁ ମହାମାରୀ; ଚଳିତ ବର୍ଷ ହେବନି ମା’ ବୁଢୀ ଠାକୁରାଣୀ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ଉପରମୁହାଁ ମହାମାରୀ; ଚଳିତ ବର୍ଷ ହେବନି ମା’ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ବିଭିନ୍ନ ସ୍ଥାନରେ ମହାମାରୀ ଏବେ ଉପରମୁହାଁ ଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବାକୁ ବିଭିନ୍ନ କଟକଣା ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ହେଉଥିବା ଗହଳିକୁ ବାରଣ କରାଯାଉଛି। ତେଣୁ ଚଳିତ ବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ହେବନି ବୋଲି ନିଷ୍ପତ୍ତି ନିଆଯାଇଛି।

ଗତ ରାତିରେ ମା’ଙ୍କ ଶୁଭ ଖୁଣ୍ଟି ଆସିବା ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା । କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ଆଲୋଚନା ପରେ ହଠାତ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ଦେଶି ବେହେରା । ପ୍ରଶାସନ ପକ୍ଷରୁ ମିଳିଥିବା ଯାତ୍ରାର ଅବଧିରେ ଯାତ୍ରା ହୋଇପାରିବନି ବୋଲି ସେ ସୂଚନା ଦେଇଛନ୍ତି ।

ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି, ମା’ଙ୍କ ଯାତ୍ରା ୨୫ ଦିନ ହୁଏ। ଏହାକୁ କମ୍‌ କରିବାକୁ କୁହାଯାଇଥିଲା। ପ୍ରତି ସାହିକୁ ମା’ ଯିବାର ପରମ୍ପରା ଅଛି। ଫଳରେ ଗହଳିକୁ ନିୟନ୍ତ୍ରଣ କରିବା କଷ୍ଟକର। ତେଣୁ କରୋନା କଟକଣା ମାନ ନ ପାରିଲେ ଏହାକୁ ସ୍ଥଗିତ ରଖିବାକୁ ଯାତ୍ରା କମିଟି ହିଁ ସୁପାରିସ କରିଛି।

The post ଉପରମୁହାଁ ମହାମାରୀ; ଚଳିତ ବର୍ଷ ହେବନି ମା’ ବୁଢୀ ଠାକୁରାଣୀ ଯାତ୍ରା appeared first on Odisha Reporter.



from Odisha Reporter https://ift.tt/2OJxvKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages