ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଛି। ଦିଲ୍ଲୀର ରାସନକାର୍ଡଧାରୀଙ୍କୁ ଡୋର ଷ୍ଟେପରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ କେଜ୍ରିୱାଲ ସରକାର କରିଥିବା ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇ ଦେଇଛନ୍ତି।
ମାର୍ଚ୍ଚ ୨୫ରୁ ଦିଲ୍ଲୀ ସରକାର “ମୁଖ୍ୟମନ୍ତ୍ରୀ ଘର ଘର ରାସନ ଯୋଜନା” ଆରମ୍ଭ କରିବାକୁ ଯୋଜନା କରିଥିଲେ। ଖାଦ୍ୟ ନିରାପତ୍ତା ଆଇନରେ ଏପରି ବ୍ୟବସ୍ଥା ନଥିବାରୁ ଦିଲ୍ଲୀ ସରକାର ଘରଘର ବୁଲି ଲୋକଙ୍କୁ ପିଡିଏସ୍ ଦେଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଆପ୍ ସରକାର ଯଦି ନିଜସ୍ୱ ଯୋଜନା ଲଞ୍ଚ କରି ଲୋକଙ୍କୁ ଡୋର ଷ୍ଟେପରେ ରାସନ ଯୋଗାଇ ଦେବ, ତା’ହେଲେ ଏହାକୁ ରୋକାଯିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସରକାର କହିଛନ୍ତି ଯେ ଏନଏଫଏସଏ ଜରିଆରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଖାଦ୍ୟସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯାଉଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଏହାକୁ ନିଜସ୍ୱ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିପାରିବେ ନାହିଁ। ଯଦି ଆପ୍ ସରକାର ଡୋର ଷ୍ଟେପ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ମାର୍କେଟ କିମ୍ବା ଏଫସିଆଇରୁ ଖାଦ୍ୟ ସାମଗ୍ରୀ କରି ଲୋକଙ୍କୁ ସବସିଡି ଯୋଗାଇ ଦିଅନ୍ତୁ।
ଏଥିରେ କେନ୍ଦ୍ର ସରକାର କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଇ ନାହାନ୍ତି।ଏନଏଫଏସଏ କେବଳ ଏଫସିଆଇ ଗୋଦାମର ରାସନ ଦୋକାନରୁ ହିଁ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗା ଦେବାକୁ ଅନୁମତି ଦେଇଛି ବୋଲି ସରକାର କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏପରି ରୋକ ନିଷ୍ପତ୍ତିକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି। ଦୁର୍ନୀତି ରୋକିବା ପିଡିଏସ୍ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିଲା। ହେଲେ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବା ଦୁଭାର୍ଗ୍ୟଜନକ ବୋଲି ଆପ୍ ପକ୍ଷରୁ କୁହାଯାଇଛି।
The post ଡୋର ଷ୍ଟେପ୍ ରାସନ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ରୋକ appeared first on Odisha Reporter.
from Odisha Reporter https://ift.tt/3qY96he
No comments:
Post a Comment