ପ୍ରେମିକାକୁ ବିଚ୍‌ରାସ୍ତାରେ ଛୁରା ମାଡ଼, ମାଆ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ପ୍ରେମିକାକୁ ବିଚ୍‌ରାସ୍ତାରେ ଛୁରା ମାଡ଼, ମାଆ ମୃତ

କଳାହାଣ୍ଡି (ରାଜକୁମାର ସିଂହଦେଓ): ପାଗଳ ପ୍ରେମିକର ଉନ୍ମତ କାଣ୍ଡ। ଏକତରଫା ପ୍ରେମରୁ ବିଚ୍‌ରାସ୍ତାରେ ପ୍ରେମିକାକୁ ଛୁରାମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କେସିଙ୍ଗା ଥାନା କୁର୍ଲାଖୁଣ୍ଟା ଗାଁରେ। ଯୁବକର ଛୁରାମାଡରେ ମାଆର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାମୁତାବକ, ଆଜି ସକାଳୁ ପୋଖରୀରୁ ମାଆ ସିନ୍ଧୁ ବାଗ ଓ ଝିଅ ରଞ୍ଜିତା ବାଗ ଗାଧୋଇ ଫେରୁଥିଲେ। ଏତିକିବଳେ ପୂର୍ବ ଯୋଜନା ଅନୁଯାୟୀ ଗାଁର ତିଲକ ନାଏକ ନାମକ ଜଣେ ଯୁବକ ଝିଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ପରେ ଝିଅକୁ ବଞ୍ଚାଇବାକୁ ଯାଇ ସିନ୍ଧୁ ବାଗ ଯୁବକଙ୍କ ଆକ୍ରମଣ ଶିକାର ହୋଇଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମା’ ଓ ଝିଅଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସିନ୍ଧୁ ବାଗଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରାଥମିକ ତଦନ୍ତ ରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

The post ପ୍ରେମିକାକୁ ବିଚ୍‌ରାସ୍ତାରେ ଛୁରା ମାଡ଼, ମାଆ ମୃତ appeared first on Odisha Reporter.



from Odisha Reporter https://ift.tt/2O1Eoqd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages