ଗିରିରାଜଙ୍କ ‘ବାଉଁଶ ଫାଳିଆରେ ମାଡ଼ ମାରିବା’ ମନ୍ତବ୍ୟ, ବର୍ଷିଲା ଆରଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ଗିରିରାଜଙ୍କ ‘ବାଉଁଶ ଫାଳିଆରେ ମାଡ଼ ମାରିବା’ ମନ୍ତବ୍ୟ, ବର୍ଷିଲା ଆରଜେଡି

ବେଗୁସରାଇ: ଯଦି ସରକାରୀ ଅଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ଫାଳିଆ ଧରି ଲୋକମାନେ ମାଡ଼ ମାରିବା ଉଚିତ। ବେଗୁସରାଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏଭଳି ମନ୍ତବ୍ୟ ରଖିଥିଲେ। ଏବେ ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଗିରିରାଜ ସିଂହଙ୍କୁ କଡ଼ା ସମାଲୋଚନ କରିଛନ୍ତି। ସେହିପରି ଉଭୟ ନୀତୀଶ ସରକାର ଏବଂ କେନ୍ଦ୍ରମନ୍ତ୍ରୀକୁ ନେଇ ବର୍ଷିଛି। ରାଜ୍ୟରେ ମହାଜଙ୍ଗଲରାଜ ଚାଲିଛି କି ବୋଲି ବିରୋଧୀ ଆରଜେଡି ଟ୍ୱିଟ୍ କରି କହିଛି।

କେନ୍ଦ୍ରମନ୍ତ୍ରୀ ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକେଇବା ପରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ଏହାପରେ ବିହାର ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି ତାହା କଣ ଠିକ୍? ମାଡ଼ ମାରିବା ପାଇଁ ଲୋକଙ୍କୁ ଉସକେଇବା ଠିକ୍ କି ବୋଲି ସେ ଗିରିରାଜଙ୍କ ପ୍ରଶ୍ନ କରିଥିଲେ।

ଶନିବାର ନିଜ ସଂସଦୀୟ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରିରାଜ ଏଭଳି ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଅନେକ ଛୋଟ ଛୋଟ କଥାକୁ ନେଇ ମୋ ପାଖକୁ ବାରମ୍ୱାର ଆସୁଛ। ସାଂସଦ, ବିଧାୟକ, ଗାଁ ମୁଖିଆ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ ସମସ୍ତେ ଲୋକଙ୍କ ସେବା କରିବାକୁ ବାଧ୍ୟ। ଯଦି ସେମାନେ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ବାଡ଼ି ଧରି ସେମାନଙ୍କ ମୁଣ୍ଡକୁ ମାର। ଯଦି ଏହା କାମ ନକିରବ ତେବେ ଆପଣଙ୍କ ପଛରେ ଗିରିରାଜ ରହିଛି। ତେବେ ଗିରିରାଜଙ୍କ ଅଭିଭାଷଣ ଶୁଣି ଷ୍ଟେଜ ଉପରେ ବସିଥିବା ଲୋକ ଏବଂ ସମ୍ମାନୀତ ଅତିଥି କରତାଳି ଦେଇଥିଲେ।

ଏହାପରେ ଆରଜେଡି ଟ୍ୱିଟ୍ କରି କହିଛି, ରାଜ୍ୟରେ ଗୋଟିଏ ପଟେ ନୀତୀଶ ସରକାର ଯୁବପିଢ଼ୀଙ୍କୁ କହୁଛନ୍ତି ଯଦି ଆପଣ ସରକାର କିମ୍ବା ସରକାରୀ ଅଧିକାରୀଙ୍କୁ ବିରୋଧ କରିବେ, ଧାରଣାରେ ବସିବେ କିମ୍ବା ସୋଶାଲ ମିଡିଆରେ ଲେଖିବେ ତାହେଲେ ଜେଲ ଯିବେ। ଆପଣଙ୍କୁ ଚାକିରୀ କରିବାକୁ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଗିରିରାଜ ସିଂ କହୁଛନ୍ତି, ବାଉଁଶ ଉଠାଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାର। ଏଠି ମହାଜଙ୍ଗଲରାଜ ଚାଲିଛି କି ବୋଲି ପ୍ରଶ୍ନ କରିଛନ୍ତି।

The post ଗିରିରାଜଙ୍କ ‘ବାଉଁଶ ଫାଳିଆରେ ମାଡ଼ ମାରିବା’ ମନ୍ତବ୍ୟ, ବର୍ଷିଲା ଆରଜେଡି appeared first on Odisha Reporter.



from Odisha Reporter https://ift.tt/3sXa4vr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages