ସଫଳ ହେଲା ଅସ୍ତ୍ରୋପଚାର, ଜେଲ୍‌କୁ ଫେରିଲା କୁନି ଝିଅ ‘ଗେଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ସଫଳ ହେଲା ଅସ୍ତ୍ରୋପଚାର, ଜେଲ୍‌କୁ ଫେରିଲା କୁନି ଝିଅ ‘ଗେଲି’

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସଫଳ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଜେଲକୁ ଫେରିଲା କୁନି ଝିଅ। ଗଞ୍ଜାମ ଜିଲ୍ଲା ଆସିକା ଉପକାରାଗାରରେ ବିଚାରାଧୀନ ମହିଳାଙ୍କ ଦେଢ଼ ବର୍ଷର କୁନି ଝିଅ ଗେଲିର ଅସ୍ତ୍ରୋପଚାର ପରେ ବେଙ୍ଗାଲୁରରୁ ମାଆଙ୍କ ସହ ଜେଲକୁ ସେ ଫେରଛନ୍ତି  l

ଗେଲି ନାୟକଙ୍କ ହାର୍ଟରେ ଏକ ଛିଦ୍ର ଥିଲା। ଏହା ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ଅନୁସାରେ ଗେଲିଙ୍କୁ ଅସ୍ତ୍ରୋପଚାର ଲାଗି ବେଙ୍ଗାଲୁରୁ ପଠାଇଥିଲେ।  ଫେବ୍ରୁଆରୀ  ୧୭ ତାରିଖ ଦିନ ଗେଲିର  ଅସ୍ତ୍ରୋପଚାର କରାଯାଇଥଲା। ସେଠାରେ ରକ୍ତର ଆବଶ୍ୟକତା ପଡିବାରୁ ସାଙ୍ଗରେ ଯାଇଥିବା ଗାର୍ଡ ରକ୍ତ ଦାନ କରିଥିଲେ। ଗେଲିଙ୍କ ସଫଳ ଅସ୍ତ୍ରୋପଚାର ପରେ  ଆସିକା ସବଜେଲରେ ଖୁସିର ଲହରୀ ଖେଳିଯାଇଛି।  ଗେଲି ନିଜ ମାଆ ସହ ଆସିକା ସବଜେଲକୁ ଫେରିଛନ୍ତି।

ସେପଟେ ଝିଅ ସୁସ୍ଥ ହୋଇ ଫେରିବା ପରେ ମାଆ ମଧ୍ୟ ଖୁସିରେ ଗଦ ଗଦ ହୋଇପଡିଛନ୍ତି। ଝିଅକୁ ନୂଆ ଜୀବନ ଦେଇଥିବା ଲାଗି ସେ ସରକାର, ଜେଲ କର୍ତ୍ତୃପକ୍ଷ ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଭଗବାନଙ୍କ ଆଶୀର୍ବାଦ ଥିବା ଯୋଗୁଁ ସେ ଜେଲକୁ ଆସିଲେ ଏବଂ ତାଙ୍କର ଅସ୍ତ୍ରୋପଚାର ସଫଳ ହେଲା । କୁନି ଝିଅଟି ଅପରେସନ ପରେ ଏବେ ପୁରାପୁରି ସୁସ୍ଥ ଅଛି ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି।

The post ସଫଳ ହେଲା ଅସ୍ତ୍ରୋପଚାର, ଜେଲ୍‌କୁ ଫେରିଲା କୁନି ଝିଅ ‘ଗେଲି’ appeared first on Odisha Reporter.



from Odisha Reporter https://ift.tt/38nT7CK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages