ଯାଜପୁର(ଅଭୟ ପତି): ମେଧା ଛାତ୍ର ବୃତ୍ତି ଆଣି ଘରକୁ ଫେରୁଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେଲେ। ଆନ୍ତର୍ଜାତୀୟ ମହିଳା ଦିବସର ଠିକ୍ ଦିନକ ପୂର୍ବରୁ ଏପରି ଲଜ୍ଜାଜନକ ଘଟଣା ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଘଟିଯାଇଛି । ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜନୈକ ଯୁକ୍ତଦୁଇ ଛାତ୍ରୀକୁ ଚାରିଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ, ଗତ ୭ ତାରିଖରେ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତଦୁଇ ଛାତ୍ରୀ ନିଜର ଜଣେ ପୁରୁଷ ସହପାଠୀଙ୍କ ସହ ବ୍ରହ୍ମଣୀପାଳସ୍ଥିତ ଏକ ଘରୋଇ କମ୍ପାନୀକୁ ମେଧାବୀ ଛାତ୍ରୀ ବୃତ୍ତି ନେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ କୌଣସି କାରଣରୁ ସେମାନେ କାଳିଆପାଣିରେ ରାତିରେ ରହିଥିଲେ। ସନ୍ଧ୍ୟା ସମୟରେ କାଳିଆପାଣି ବଜାରକୁ ଯାଉଥିଲେ। ମାତ୍ର କଲରଙ୍ଗୀ ନିକଟରେ ଚାରି ଦୁର୍ବୃତ୍ତ ସେମାନଙ୍କୁ ଅନୁସରଣ କରି ନିଛାଟିଆ ରାସ୍ତାରେ ଅଟକାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।
ଯୁବତୀଙ୍କ ପୁରୁଷ ବନ୍ଧୁ ଏହି ଘଟଣାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାଯାଇଛି। ଅସହାୟା ଯୁବତୀ ଜଣକ ନିରୁପାୟ ହୋଇ ଦୌଡ଼ି ଦୌଡ଼ି ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରେ ପଶିଯାଇଥିଲେ। ହୋମଗାର୍ଡଙ୍କ ପାଖରୁ ଖବର ପାଇ କାଳିଆପାଣି ପୁଲିସ୍ ରାତିସାରା ଖୋଜାଖୋଜି କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ୪ ଯୁବକଙ୍କ ମଧ୍ୟରେ OISF ର ରୋଷେୟା ଭାବେ କାମକରୁଥିବା ସନ୍ତୋଷ ପୃଷ୍ଟି ଏବଂ ବବଲୁ, ସିଲୁ, ରବି ନାମକ ଅଭିଯୁକ୍ତ ରହିଥିବା ସୂଚନା ମିଳିଛି। ସନ୍ତୋଷ ର ବୟସ ୩୧ ହୋଇଥିବା ବେଳେ ଅନ୍ୟମାନେ କୋଡିଏ ବର୍ଷ ବୋଲି ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରୀମାଇନା ପରେ ଉଦ୍ଧାର ଯୁବତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
The post ମେଧାବୃତ୍ତି ଆଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/30wthI9
No comments:
Post a Comment