ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଛି କରୋନା। ବେକାବୁ ହୋଇଛି ମହାମାରୀ। ଦେଶରେ ପୁଣି ଦିନକରେ ୪୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪୩ ହଜାର ୮୪୬ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ପାର୍ ହୋଇଥିବା ସୂଚନା ମିଳିଛି।
ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୧୯୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୨୨ ହଜାର ୯୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
କରୋନାର ନୂଆ ମାମଲାକୁ ମିଶାଇ ଦେଶରେ ବର୍ତ୍ତମାନ ଯାଏଁ ମୋଟ ୧, ୧୫, ୯୯, ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧, ୧୧, ୩୦, ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୩, ୦୯, ୦୮୭ଟି ଆକ୍ଟିଭ କେସ୍ ରହିଛି। ସେହିପରି ମୋଟ ୧,୫୯, ୭୫୫ ଜଣ ପ୍ରାଣ ହରାଇଛନ୍ତି।
India reports 43,846 new COVID19 cases, 22,956 recoveries and 197 deaths in the last 24 hours, as per the Union Health Ministry
Total cases: 1,15,99,130
Total recoveries: 1,11,30,288
Active cases: 3,09,087
Death toll: 1,59,755Total vaccination: 4,46,03,841 pic.twitter.com/wchJknzDcJ
— ANI (@ANI) March 21, 2021
The post ଡରାଇଲାଣି କରୋନା, ଦିନକରେ ୪୩ ହଜାରରୁ ଅଧିକ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3s6jk0x
No comments:
Post a Comment