ଅହମଦାବାଦ: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ଯାଇଛି ଭାରତ। ଏହା ସହିତ ଦଳ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍କୁ ୩-୨ରେ ଜିତିଯାଇଛି।
ଗତକାଲି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ପ୍ରଥମରୁ ହିଁ ଓପନର ରୋହିତ ଶର୍ମା ଆଟାକିଂ ଖେଳିଥିଲେ। ସେ କ୍ରିଜ୍ରେ ଜମି ଚୌକା ଓ ଛକା ବର୍ଷା କରିଥିଲେ। ସେ ୩୪ଟି ବଲ୍ରୁ ୬୪ ରନ୍ (୪ ଚୌକା ଓ ୫ ଛକା) କରିଥିଲେ। ସେହିପରି ଅଧିନାୟକ ବିରାଟ କୋହଲି ଓପନିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ୫୨ ବଲ୍ରୁ ୮୦ ରନ୍ କରିଥିଲେ।
ରୋହିତ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ କ୍ରିଜ୍କୁ ଆସିଥିଲେ। ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ। କିନ୍ତୁ ଯେତିକି ସମୟ ରହିଲେ ସେତିକିରେ ସମସ୍ତଙ୍କ ମନ ଜିଣି ଯାଇଥିଲେ। ୧୭ଟି ବଲ୍ରୁ ସେ ୩୨ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ୩ଟି ଚୌକା ଓ ୨ଟି ଛକା ରହିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା ୧୭ଟି ବଲ୍ରୁ ୩୯ ରନ୍ (୪ଟି ଚୌକା, ୨ଟି ଛକା) କରି ଅପରାଜିତ ରହିଥିଲେ।
ଭାରତ ବଡ଼ ସ୍କୋର କରିଥିବା ବେଳେ ଟେଲିଭିଜନରେ ଦର୍ଶକ ମଧ୍ୟ ଏହାର ଭରପୂର ଆନନ୍ଦ ନେଇଥିଲେ। ତେବେ ଭାରତ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡର ଖେଳାଳି କ୍ରିସ୍ ଜୋର୍ଡାନ ଧରିଥିବା ଏକ କ୍ୟାଚ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ରଶିଦଙ୍କ ଏକ ବଲ୍କୁ ବାଉଣ୍ଡ୍ରୀ ପାର କରିବାକୁ ହିଟ୍ କରିଥିଲେ ସୂର୍ଯ୍ୟକାନ୍ତ ଯାଦବ। ଲାଗୁଥିଲା ତାହା ଛକା ହୋଇଯିବ। କିନ୍ତୁ ଜୋର୍ଡାନ ଦୌଡ଼ି ଆସି ବାଉଣ୍ଡ୍ରୀର ଅତି ନିକଟରେ ଗୋଟିଏ ହାତରେ କ୍ୟାଚ୍ କରିଥିଲେ ଓ ନିୟନ୍ତ୍ରଣ ହରାଇ ବାଉଣ୍ଡ୍ରୀ ଅତିକ୍ରମ କରିବା ପୂର୍ବରୁ ସେଠାରେ ପହଞ୍ଚିଥିବା ଜସନ ରୟଙ୍କୁ ବଲ୍ଟି ଫୋପାଡ଼ି ଦେଇଥିଲେ। ଫଳରେ ବଢ଼ିଆ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଆଉଟ୍ ହୋଇଥିଲେ।
ସୂଚନାଯୋଗ୍ୟ, ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଫଳରେ ଭାର ୩୬ ରନ୍ରେ ଏହି ମ୍ୟାଚ୍ ଜିତିଥିଲା।
‘Chris Jordan you are a freak!’ #indveng pic.twitter.com/p9NfXOnjIf
— simon hughes (@theanalyst) March 20, 2021
The post ଜୋର୍ଡାନଙ୍କ ଜବରଦସ୍ତ କ୍ୟାଚ୍, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3cQMuKw
No comments:
Post a Comment