କୋଲକାତା: ଦିନକୁ ଦିନ ଜୋର ଧରୁଛି ପଶ୍ଚିମବଙ୍ଗ ରାଜନୀତି। ନିର୍ବାଚନୀ ନିର୍ବଚନ ତାରିଖ ଯେତିକି ପାଖଉଛି ସସ୍ପେନ୍ସ ସେତିକି ବଢ଼ୁଛି। ଏହାରି ଭିତରେ ଶନିବାର ରାତିରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ କୋଲକାତାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଛନ୍ତି। କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପୂର୍ବରୁ ଶନିବାର ଏ ଦୁହେଁ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଥିସହ ପଶ୍ଚିମବଙ୍ଗରେ ଯେକୌଣସି ପ୍ରକାରେ ମିଥୁନ ଚକ୍ରବର୍ତ୍ତୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶରେ ଯୋଗ ଦେଇପାରନ୍ତି ଏବଂ ବିଜେପି ତାଙ୍କୁ ସିଏମ ପ୍ରାର୍ଥୀ ଘୋଷଣା କରିପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ୭୦ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ପୂର୍ବରୁ ଟିଏମସି ପାଇଁ ୨ ବର୍ଷ ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି। ଏବେ ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ ବିଜେପି ପାଇଁ ଏହା ଶୁଭ ସଂକେତ ବୋଲି ଧରାଯିବ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ଏହି ରାଜ୍ୟରେ ତାଙ୍କର ରାଲି କରିବେ। ଆଜିର ଏହି ରାଲିରେ ବହୁ କଳାକାରଙ୍କୁ ଆମନ୍ତ୍ରିତ କରାଯାଇଛି।
ଶନିବାର ପଶ୍ଚିମବଙ୍ଗ ପାଇଁ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। କଂଗ୍ରେସ ନିଜର ୧୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ସେଥିମଧ୍ୟରୁ ୫ ଆଶାୟୀ ପ୍ରଥମ ଚରଣରେ ଲଢ଼ିବାକୁ ଥିବା ବେଳେ ୮ ଜଣ ଦ୍ୱିତୀୟ ଚରଣ ନିର୍ବାଚନରେ ଲଢ଼ିବେ।
କଂଗ୍ରେସ ପୂର୍ବରୁ ବିଜେପି ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ଲିଷ୍ଟରେ ହାଇ ପ୍ରୋଫାଇଲ ବିଧାନସଭା ସିଟ୍ ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରିଥିବା ବେଳେ ଏହି ସିଟ୍ରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି।
ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ପ୍ରକ୍ରିୟା ୮ଟି ପର୍ଯ୍ୟାୟରେ କରାଯିବ। ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ରେ ହେବ। ମେ’ ୩୦ ଫଳାଫଳ ପ୍ରକାଶ ପାଇବ।
The post ବିଜେପିରେ ମିଶିବେ ମିଥୁନ! appeared first on Odisha Reporter.
from Odisha Reporter https://ift.tt/3qoSjUr
No comments:
Post a Comment