କରଞ୍ଜିଆ (ଦୀପକ କୁମାର ମହାନ୍ତ): ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଏବେ ଏହି ଅଭୟାରଣ୍ୟ ଜଳୁଛି। ନିଆଁ ଲିଭିବାର ନାଁ ଧରୁନି। ଏବେ ଉତ୍ତର ଶିମିଳିପାଳର ୬ଟି ରେଞ୍ଜରେ ଲାଗିଛି ନିଆଁ। ସାଟେଲାଇଟ୍ ରିପୋର୍ଟରୁ ଏହା ଜଣାପଡ଼ିଛି।
ଆଜି ଉତ୍ତର ଶିମିଳିପାଳର ଗୁଡ଼ଗୁଡ଼ିଆ ରେଞ୍ଜର ୩ଟି, ବରେଇପାଣି ରେଞ୍ଜର ଗୋଟିଏ, କେନ୍ଦୁମୁଣ୍ଡି ରେଞ୍ଜ ୪ଟି, ନଅଣା ରେଞ୍ଜ ୩ଟି, ଠାକୁରମୁଣ୍ଡା ରେଞ୍ଜ ୨ଟି, ତାଳବନ୍ଧ ରେଞ୍ଜରେ ୧ଟି ଜାଗାରେ ନିଆଁ ଲାଗିଛି। ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ ଓ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଶିମିଳିପାଳରେ ନିଆଁ ଲିଭେଇବା କାମରେ ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ ଭଦ୍ରକରୁ ୫ଟି ଅଗ୍ନିଶମ ବିଭାଗର ଟିମ୍ ମୁତୟନ ହୋଇଛନ୍ତି। ଶିମିଳିପାଳରେ ନିଆଁ ଲାଗିବା ଯୋଗୁ ବହୁ ଔଷଧୀୟ ଗଛ ପୋଡି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ, ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲେ ମଧ୍ୟ ବନ ବିଭାଗ ପାଖରେ ଖବର ନଥିଲା। ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ମୟୂରଭଞ୍ଜ ରାଜପରିବାର। ପରେ ରାଜ ପରିବାର ପକ୍ଷରୁ ଟ୍ୱିଟ୍ କରାଯାଇଥିଲା। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜାଣିପାରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭାଇବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଥିଲେ। ଏହା ପରେ ଶୋଇ ରହିଥିବା ବନ ବିଭାଗ ତତ୍ପର ହୋଇ ଉଠିଥିଲା। ନିଆଁ ଲିଭାଇବା କାମରେ ବନ କର୍ମଚାରୀଙ୍କୁ ନିୟୋଜିତ କରିଥିଲା।
ସେପଟେ ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଂଜର ଯୌତୁକପଶି ଗ୍ରାମ୍ୟ ଜଂଗଲ ହୁତୁ ହୁତୁ ହୋଇ ଜଳୁଛି। ଯାହାଫଳରେ ଶହଶହ ଏକର ପରିମିତ ଅଂଚଳରେ ଲାଗିଥିବା ଶାଳ ଜଙ୍ଗଲ ପୋଡି ଗଲାଣି। ସେହିପରି ଇଚ୍ଛାବତୀପୁର ଗ୍ରାମ୍ୟ ଜଂଗଳରେ ମଧ୍ୟ ନିଆଁ ଲାଗିିଛି ନିଆଁ ଲାଗିଥିବାରୁ ଜଙ୍ଗଲୀ ଜନ୍ତୁ ଗୁଡିକ ଗାଁ ମୁହାଁ ହେଉଛନ୍ତି।
The post ଶିମିଳିପାଳ ଅଭୟାରଣ୍ୟର ୬ ରେଞ୍ଜ ଏବେବି ଜଳୁଛି! appeared first on Odisha Reporter.
from Odisha Reporter https://ift.tt/3boMjXn
No comments:
Post a Comment