ଆସାମ ଉପରେ ପ୍ରିୟଙ୍କାଙ୍କ ନଜର, ତୋଳିଲେ ଚା’ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ଆସାମ ଉପରେ ପ୍ରିୟଙ୍କାଙ୍କ ନଜର, ତୋଳିଲେ ଚା’ ପତ୍ର

ଆସାମ: ଏବେ ଆସାମ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନଜର। ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଭିଡିଛନ୍ତି ଅଣ୍ଟା। ଏଥିପାଇଁ ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା। ଗତକାଲି ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି ଚା ବଗିଚାରେ ଶ୍ରମିକମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ଆଜି ଆସାମର ତେଜପୁର ଠାରେ ଏକ ବିଶାନ ଜନସଭାକୁ ପ୍ରିୟଙ୍କା ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି ।

ତେବେ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରିୟଙ୍କା ଚା’ ବଗିଚାରେ ଶ୍ରମିକମାନଙ୍କୁ ଦେଖାସାକ୍ଷାତ କରିଛନ୍ତି।  ପ୍ରିୟଙ୍କାଙ୍କୁ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଚା ବଗିଚାର ମହିଳା ଶ୍ରମିକମାନଙ୍କ ପରି ମୁଣ୍ଡରେ ଟୋକେଇ ଧରି ପୁରା ଆସାମୀ ବେଶଭୂଷାରେ ନଜର ଆସିଛନ୍ତି କଂଗ୍ରେସ ମହାସଚିବ ।

ଏନେଇ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି,  ଆସାମରେ ବହୁରଙ୍ଗୀ ସଂସ୍କୃତି ଦେଖିବାକୁ ମିଳିଥାଏ । ଯାହାକି ସାରା ଦେଶରେ ଆସାମକୁ ପରିଚିତ କରାଇଥାଏ ବୋଲି ସେ କହିଛନ୍ତି । ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆସାମବାସୀ ପ୍ରତିଶୃତିବଦ୍ଧ । ତେଣୁ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହ ବଞ୍ଚିବାକୁ ଯାହା ସାହାଯ୍ୟ ଦରକାର ତାହା କଂଗ୍ରେସ ହିଁ କେବଳ ଦେଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମିଶନ ଆସାମର ମଙ୍ଗ ଧରିଛନ୍ତି ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ଭାବମୂର୍ତ୍ତିକୁ ପୁଣିଥରେ ସୁଦୃଢ଼ କରିବା ପାଇଁ ପ୍ରିୟଙ୍କା ପ୍ରୟାସ କରୁଛନ୍ତି।  ସେପଟେ ଦକ୍ଷିଣ ରାଜ୍ୟ ମାନଙ୍କରେ ଲଗାତର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ । ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ୩ଟି ପର୍ଯ୍ୟାୟରେ ମତଦାନ ହେବାର ଅଛି।

The post ଆସାମ ଉପରେ ପ୍ରିୟଙ୍କାଙ୍କ ନଜର, ତୋଳିଲେ ଚା’ ପତ୍ର appeared first on Odisha Reporter.



from Odisha Reporter https://ift.tt/3rkYzNW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages