କାର୍‌ରୁ ମିଳିଲା ୮ କୋଟି, ସବୁ ନକଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

କାର୍‌ରୁ ମିଳିଲା ୮ କୋଟି, ସବୁ ନକଲି

କୋରାପୁଟ(ସୂର୍ଯ୍ୟ ନାରାୟଣ ଲେଙ୍କା): କାର୍‌ରେ ଯାଉଥିଲା ପ୍ରାୟ ୮ କୋଟିରୁ ଅଧିକ ପରିମାଣର ଜାଲ୍ ନୋଟ୍  । ଖବର ପାଇ  ବିପୁଳ ପରିମାଣର ଜାଲ ନୋଟ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ୍‌।

ଆଜି ପ୍ରାୟ ଭୋର ସମୟରେ ଏକ କାର୍‌ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ଖବର ପାଇ ପଟାଙ୍ଗୀ ପୁଲିସ୍‌ କାର୍‌ଟିର ପିଛା କରି ସୁଙ୍କିରେ ଅଟକାଇବାକୁ ସଫଳ ହୋଇଥିଲା। ଏହାପରେ କାର୍‌ ଭିତରୁ ୭ କୋଟି ୯୦ ଲକ୍ଷ ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ୍‌ ନୋଟ ଜବତ ହୋଇଛି। ପୁଲିସ୍‌ କାର୍‌ରେ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ଏତେ ନକଲି ନୋଟ କେଉଁଠୁ ଆସିଲା, କାହା ପାଖକୁ ଯାଉଥିଲା, ଏହା ପଛରେ ଆଉ କିଏ କିଏ ଅଛନ୍ତି, ସେସବୁର ତଦନ୍ତ କରୁଛି ପୁଲିସ୍‌  ।

The post କାର୍‌ରୁ ମିଳିଲା ୮ କୋଟି, ସବୁ ନକଲି appeared first on Odisha Reporter.



from Odisha Reporter https://ift.tt/3uIE1kF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages