ମାର୍ଚ୍ଚ ମାସରେ କେତେ ଶସ୍ତା ହୋଇଛି ତୈଳ ଦର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ମାର୍ଚ୍ଚ ମାସରେ କେତେ ଶସ୍ତା ହୋଇଛି ତୈଳ ଦର?

ନୂଆଦିଲ୍ଲୀ: ବଢ଼ୁଥିବା ତୈଳ ଦରକୁ ନେଇ ଚାରିଆଡେ ଅସନ୍ତୋଷ ଦେଖାଦେଇଛି। ଏହାରି ଭିତରେ ବୁଧବାର ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ହୋଇନାହିଁ। ମାର୍ଚ୍ଚ ମାସରେ ଗୋଟିଏ ପଟେ ତୈଳ ଦର ବୃଦ୍ଧି ହୋଇଥିବା ବେଳେ ଆଉ ଗୋଟିଏ ପଟେ କମିଛି। ଚଳିତ ମାସ ରେ ପେଟ୍ରୋଲ ଏବଂ ଡିଜେଲ ଦାମ ୩ ଥର କମିଛି।

ମାସକରେ ପେଟ୍ରୋଲ ୬୧ ପଇସା ଶସ୍ତା ହୋଇଥିବା ବେଳେ ଡିଜେଲ ୬୦ ପଇସା କମିଛି। ଆଜି ମାସର ଶେଷ ଦିନ। ତେବେ ଶେଷ ଦିନରେ ମଧ୍ୟ ତୈଳ ଦରରେ କୌଣସି ବୃଦ୍ଧି ଘଟି ନାହିଁ। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ୧୦ ପ୍ରତିଶତ ତଳକୁ ଖସିଛି। ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୭୧ ଡଲାରରୁ ଖସି ୬୪ ପ୍ରତିଶତରେ ପହଁଚିଛି। ଏଥିଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ କମିଥିବା ଜଣାପଡିଛି।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ୫୬ ପଇସା ରହିଛି। ଡିଜେଲ ଲିଟର ପିଛା ୮୦ ଟଙ୍କା ୮୭ରେ ପହଁଚିଛି। ମୁମ୍ବାଇରେ ପେଟ୍ରୋଲ ୯୬ ଟଙ୍କା ୯୮ ପଇସା ଥିବା ବେଳେ ଡିଜେଲ ୮୭ ଟଙ୍କା ୯୬ ପଇସା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ୯୦ଟଙ୍କା ୭୭ ପଇସା ଓ ଡିଜେଲ ୮୩ ଟଙ୍କା ୭୫ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ୯୨ ଟଙ୍କା ୫୮ ପଇସା ଓ ଡିଜେଲ ୮୫ ଟଙ୍କା ୮୮ ପଇସା ରହିଥିବା ରେକର୍ଡ କରାଯାଇଛି।

ଏହାପୂର୍ବରୁ ଗତ ମାସ ଅର୍ଥାତ ଫେବ୍ରୁଆରୀ ମାସରେ ତୈଳ ଦର ୧୬ଥର ମହଙ୍ଗା ହୋଇଥିଲା। ସେହିପରି ଜାନୁଆରୀ ମାସରେ ମଧ୍ୟ ୧୦ଥର ପେଟ୍ରୋଲ ଓ ଡିଜେଲର ଦରରେ ବୃଦ୍ଧି ଘଟିଥିଲା। ଏହାକୁ ନେଇ ଚାରିଆଡେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା।

The post ମାର୍ଚ୍ଚ ମାସରେ କେତେ ଶସ୍ତା ହୋଇଛି ତୈଳ ଦର? appeared first on Odisha Reporter.



from Odisha Reporter https://ift.tt/3djrBI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages