ରାଜ୍ୟକୁ କେନ୍ଦ୍ରର ଚିଠି: ଆମ ଯୋଜନାରେ ତୁମ ଲୋଗୋ ଲଗାଅନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ରାଜ୍ୟକୁ କେନ୍ଦ୍ରର ଚିଠି: ଆମ ଯୋଜନାରେ ତୁମ ଲୋଗୋ ଲଗାଅନି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କାଘର ଯୋଜନାର ଲୋଗୋ । ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇଛି କେନ୍ଦ୍ର। ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ଲାଗୁ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ କେବଳ ଏହି ନାଁର ଲୋଗୋ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଚିଠିରେ କୁହାଯାଇଛି ।

ପ୍ରଧାନନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର ଲଗାଯିବା ଘଟଣାକୁ ପୂର୍ବରୁ ବିରୋଧ କରିଆସୁଥିଲା ବିଜେପି।  ଏପରିକି ରାଜ୍ୟପାଳଙ୍କୁ ମଧ୍ୟ ଏନେଇ ବିଜେପି ଆପତ୍ତି କରିବା ସହ ବିଜୁ ପକ୍କାଘର ଯୋଜନାର ଷ୍ଟିକର ହଟାଇବାକୁ ଦାବି କରି ସ୍ମାରକପତ୍ର ଦେଇଥିଲା।

ସେହିପରି ଗତ ଫେବ୍ରୁଆରୀ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦମାନଙ୍କ ଏକ ଟିମ୍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି ଅନୁରୋଧ କରିଥିଲେ। ଏହା ପରେ ଗତକାଲି ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଯୋଜନାର ଲୋଗୋ ଲାଗିବା ଅନୁମୋଦିତ ନୁହେଁ ବୋଲି ଜଣାଇଛି କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ୍ ଲୋଗୋ ଲଗାଇବାକୁ ରାଜ୍ୟକୁ କୁହାଯାଇଛି।

The post ରାଜ୍ୟକୁ କେନ୍ଦ୍ରର ଚିଠି: ଆମ ଯୋଜନାରେ ତୁମ ଲୋଗୋ ଲଗାଅନି ! appeared first on Odisha Reporter.



from Odisha Reporter https://ift.tt/3ue2k9f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages