‘ଭିସୁଟ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍ ଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

‘ଭିସୁଟ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍ ଥିଲା’

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ସ୍ଥିତ ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିଟ ଖରାପ ଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଭିସୁଟରେ ୨୫ରୁ ଅଧିକ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆଜି ଏଭଳି କିଛି ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୭ରେ ଭିସୁଟ୍‌ର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା।  ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍‌କୁ ଶଟ୍ଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଭିସୁଟ୍‌ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ‘ପୁଲହ’ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ବଫର୍ ଜୋନ୍’ ଘୋଷଣା କରାଯାଇଥିଲା। ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍‌ କ୍ଲାସକୁ ଅନଲାଇନ୍‌ କରିବାକୁ କୁଳପତି ଘୋଷଣା କରିଥିଲେ।

The post ‘ଭିସୁଟ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍ ଥିଲା’ appeared first on Odisha Reporter.



from Odisha Reporter https://ift.tt/3b95x3g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages