ମେ’ ଯାଏଁ ସିଝିବ ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

ମେ’ ଯାଏଁ ସିଝିବ ଦେଶ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନି ଆରମ୍ଭ ହେଲାଣି ଅସହ୍ୟ ଗରମ। ବିଭିନ୍ନ ସ୍ଥାନରେ ପାରଦ ୪୦ ଟପିଲାଣି। ତେବେ ଆଗକୁ ତାତି ଆହୁରି ବଢ଼ିବ। ସିଝିବ ସାରା ଦେଶ। ଆସନ୍ତା ୩ ମାସ ଯାଏଁ ପ୍ରବଳ ଗରମ ହେବ। ତାପମାତ୍ରାକୁ ନେଇ ମାର୍ଚ୍ଚରୁ ମେ’ ମାସ ଯାଏଁ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏଥର ଖରାଦିନ ପୁଣି କନ୍ଦାଇବ। ଦେଶରୀ ଉତ୍ତର, ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରେ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଏବଂ ମଧ୍ୟ ଭାରତରେ ତାପମାତ୍ରା କମ ରହିବା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ଜରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଓଡ଼ିଶା, ଛତିଶଗଡ, ଗୁଜରାଟ, ଉପକୂଳ, ମହାରାଷ୍ଟ୍ର, ଗୋଆ ଏବଂ ଆନ୍ଧ୍ରପ୍ରଦେଶରେ ସାଧାରଣ ଖରାଦିନ ଅପେକ୍ଷା ତାପମାତ୍ରା ଅଧିକ ରହିବ। ଉତ୍ତରଭାରତର ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସହ ପୂର୍ବ ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଏବଂ ଓଡ଼ିଶାର ପ୍ରବଳ ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମାର୍ଚ୍ଚଠାରୁ ମେ ମାସ ମଧ୍ୟରେ ସାଧାରଣ ତାପମାତ୍ରା ଯେତିକି ରହିବା କଥା ଏବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବ। କିଛି ସ୍ଥାନରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ତେବେ ଦକ୍ଷିଣ ଭାତରରେ ତୁଳନାତ୍ମକଭାବେ ତାପମାତ୍ରା କମ ରହିବ। ସେହିପରି ଏହି ସମୟରେ ଲା ନିନୋ ଭଳି ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଥିବା ସେ କହିଛନ୍ତି। ସେହିପରି ଆଗକୁ ସୃଷ୍ଟି ହେବାକୁ ଥିବା ଏଲ୍ ନିନୋ ଯୋଗୁଁ ଭାରତୀୟ ଉପମହାଦେଶର ଜଳବାୟୁ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଥିବା ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି।

The post ମେ’ ଯାଏଁ ସିଝିବ ଦେଶ appeared first on Odisha Reporter.



from Odisha Reporter https://ift.tt/3r4f94G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages