ଆଉ ବଢ଼ିବନି ଲୋନ୍ ମୋରାଟୋରିୟମ୍ ଅବଧି‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଆଉ ବଢ଼ିବନି ଲୋନ୍ ମୋରାଟୋରିୟମ୍ ଅବଧି‌

ନୂଆଦିଲ୍ଲୀ: ଆଉ ବଢ଼ିବନି ଲୋନ ମୋରାଟୋରିୟମ୍‌। ଏଥିସହ ଛାଡ ହୋଇପାରିବନି ସମସ୍ତ ପ୍ରକାରର ରିହାତି। ଆଜି ଲୋନ୍‌ ମୋରାଟୋରିୟମ ମାମଲାକୁ ନେଇ ଏଭଳି କିଛି ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍, ଭୂଷଣ ରେଡ୍ଡୀ ଏବଂ ଜଷ୍ଟିସ୍ ଏମ.ଆର ଶାହାଙ୍କ ଦ୍ୱାରା ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଲୋନ ମୋରାଟୋରିୟମ ଅବଧି ବଢ଼ାଇବା ପାଇଁ ହୋଇଥିବା ମାମଲାର ଶୁଣାଣି କରିଛନ୍ତି।

ମୋରାଟୋରିୟମର ଅବଧି ଅଗଷ୍ଟ ୩୧ ତାରିଖ ରହିଛି। ଏହାକୁ ଆଉ ଆଗକୁ ବଢ଼ାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।  କେବଳ ସେତିକି ନୁହେଁ ପାଇଁ ପୁରା ସୁଧ ଛାଡ କରିବା ଅସମ୍ଭବ। ଯଦି ଏଭଳି କରାଯାଏ ତେବେ ବ୍ୟାଙ୍କ ଗୁଡିକ ଉପରେ ପ୍ରଭାବ ପଡବି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି।

ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି, କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବି ବହୁତ କ୍ଷତି ସହିଛନ୍ତି । ହାସହ ଅର୍ଥନୈତୀକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନାହିଁ ।

ଏହି ମାମଲା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି ।  ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଯେ ସରକାର ବିଭିନ୍ନ ସେକ୍ଟରରେ ପର୍ଯ୍ୟାପ୍ତ ପରିମାଣର ରିହାତି ଛାଡ ହୋଇଛି । ମହାମାରୀ ସମୟରେ ଆହୁରି ଅଧିକ ଛାଡ କରିବା ସମ୍ଭବ ନୁହେଁ ।

କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ । ଏହାପୂର୍ବରୁ ଋଣକାରୀଙ୍କ ଇଏମଆଇ ଉପରେ  ଅନେକ ଛାଡ କରାଯାଇଛି । ଗତବର୍ଷ ଆରବିଆଇ ଋଣ ପ୍ରଦାନ କାରୀ ସଂସ୍ଥାକୁ ମୋରିଟୋରିୟମ ନେଇ ଜଣାଇଥିଲେ । ଯାହାର ଅବଧି ୩୧ ଅଗଷ୍ଟ ଯାଏଁ ବଢାଯାଇଥିଲା ।

୨୦୨୦ ମାର୍ଚ୍ଚ ରୁ ଅଗଷ୍ଟ ମଧ୍ୟରେ ଲୋକେ ମୋରାଟୋରିୟମ୍ ଯୋଜନାରେ ଅନେକ ଲାଭ ଉଠାଇଥିଲେ । ହେଲେ ବକେୟା ରାଶି ଉପରେ ବ୍ୟାଙ୍କ ଡବଲ ସୁଧ ମାଗୁଛନ୍ତି ବୋଲି ଗ୍ରାହକ ଅଭିୟୋଗ କରିଥିଲେ । ଆଉ ଏହି ମାମଲା ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଥିଲା । ଫଳରେ ଏନେଇ କୋର୍ଟ କେନ୍ଦ୍ରକୁ ଜବାବ ତଲବ ମଧ୍ୟ କରିଥିଲେ । ଜବାବରେ କେନ୍ଦ୍ର ପକ୍ଷରୁ ଉତ୍ତର ରଖାଯାଇଥିଲା କି ୨ କୋଟି ଋଣର ବାକି କିସ୍ତିରେ ସୁଧ ଉପରେ ସୁଧ୍ ଲାଗୁ ହେବନି । ସରକାରଙ୍କ ଏହି ପ୍ରସ୍ତାବରେ ୨ କୋଟି ମଧ୍ୟରେ ଏମଏସଏମଇ ଲୋନ୍, ଏଜୁକେସନ ଲୋନ୍, କ୍ରେଡିଟ କାର୍ଡ ବକେୟା, କାର, ଦୁଇଚଡିଆ ଗାଡି ଲୋନ, ହୋମ୍ ଲୋନ ସହ ପର୍ସନାଲ ଲୋନ୍ ବି ସାମିଲ୍ ଅଛି ।

The post ଆଉ ବଢ଼ିବନି ଲୋନ୍ ମୋରାଟୋରିୟମ୍ ଅବଧି‌ appeared first on Odisha Reporter.



from Odisha Reporter https://ift.tt/2Pk8jtK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages