ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି; ପହଞ୍ଚିଗଲା ଚାଇଲଡ ଲାଇନ୍‌ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି; ପହଞ୍ଚିଗଲା ଚାଇଲଡ ଲାଇନ୍‌ ଟିମ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ଖେଳକୁଦ ବୟସରେ ହେଉଥିଲା ବିବାହ । ସଂସାରକୁ ବୁଝିବା ଆଗରୁ ଲଦା ଯାଉଥିଲା ସଂସାରର ବୋଝ।  କିଛି ବୁଝିବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧି ନାବାଳିକା ଝିଅକୁ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ଚାଇଲଡ଼ ଲାଇନ ଟିମ୍‌ ପହଞ୍ଚି ନାବାଳିକାକୁ ଉଦ୍ଧାର କରିନେଲେ। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ ନିକଟରେ ଘଟିଛି।

ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା  ବ୍ଲକ ଅଫିସ ନିକଟରେ ଚାଲିଥିଲା ଜଣେ ନାବାଳିକା ର ବିବାହ । ଖବର ପାଇ  ବିବାହ ବେଦୀରୁ ନାବାଳିକାକୁ ଚାଇଲଡ଼ ଲାଇନ ଟିମ୍‌ ଉଦ୍ଧାର କରି ବିଶ୍ରାସ୍ଥିତ ଚାଇଲଡ ଲାଇନ “ଦିଶା” ରେ ରଖିଛି। ବୀରମିତ୍ରପୁର ପୁଲିସ୍‌ ବର ଏବଂ ବର ପିତାଙ୍କୁ ଥାନାରେ ଅଟକ ରଖିଛି l ବର ଘର ରାଜସ୍ଥାନ ଝୁନଝୁନାରେ ବୋଲି ଜଣା ପଡିଛି l

ମିଳିଥିବା ସୂଚନା ମୁତାବକ,  କିଛି ଦିନ ପୂର୍ବେ ବରର ପିତା କୁଆଁରମୁଣ୍ଡା ଅଞ୍ଚଳର ନାବାଳିକା ପିତାଙ୍କ ସହ  ପୁଅର ବିବାହ ପାଇଁ କଥା ହୋଇଥିଲେ l ନାବାଳିକା କନ୍ୟା ପିତା ଏଥିରେ ରାଜି ହୋଇଥିଲେ l ବୁଧବାର ବିବାହ ଚାଲିଥିବା ବେଳେ  ସ୍ଥାନୀୟ ଲୋକେ ଚାଇଲଡ ଲାଇନ୍‌କୁ ସୂଚନା ଦେଇଥିଲେ l ଚାଇଲଡ ଟିମ, ପୁଲିସ ପହଞ୍ଚି ନାବାଳିକାର ଜନ୍ମ ପ୍ରମାଣପତ୍ର ମାଗିଥିଲେ l ଜନ୍ମ ପ୍ରମାଣପତ୍ରରେ ଝିଅର ବୟସ ୧୪ବର୍ଷ ବୋଲି ଜଣାପଡିଥିଲା l ଏବେ ଏ ବାବଦରେ ପୁଲିସ୍‌ ଏବଂ କୁଆରମୁଣ୍ଡା ଘଟଣାର CDPO ତଦନ୍ତ କରୁଛନ୍ତି ।

The post ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି; ପହଞ୍ଚିଗଲା ଚାଇଲଡ ଲାଇନ୍‌ ଟିମ୍‌ appeared first on Odisha Reporter.



from Odisha Reporter https://ift.tt/30aQiAp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages