ଆଣ୍ଟିଗୁଆ: ଆଣ୍ଟିଗୁଆରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜ ଅଧିନାୟକ କାଇରନ ପୋଲାର୍ଡ ଗୋଟିଏ ଓଭରରେ ଛଅଟି ଛକା ମାରିଛନ୍ତି। ହ୍ୟାଟ୍ରିକ ନେଇଥିବା ବୋଲର ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କର ଗୋଟିଏ ଓଭରରେ ଛଅ ଛକା ମାରି ବିଶ୍ୱ ରେକର୍ଡ କରିଛନ୍ତି ପୋଲାର୍ଡ। ଏହି ସଫଳତା ହାସଲ କରିବା ପରେ ସେ ଟି-୨୦ ଇତିହାସରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୨୦୦୭ଟି – ୨୦ ବିଶ୍ୱକପରେ ଭାରତର ଯୁବରାଜ ସିଂ ଏହି ରେକର୍ଡ କରିଥିଲେ। ଅଲରାଉଣ୍ଡର ଯୁବରାଜ ଇଂଲିଶ ଟିମର ବୋଲର ଷ୍ଟୁଆର୍ଟ ବ୍ରଡଙ୍କର ଛଅଟି ବୋଲରେ ଛଅଟି ଛକ୍କା ମାରିଥିଲେ।
Take a bow Skipper! The 1st West Indian to hit 6⃣ sixes in an over in a T20I! #WIvSL #MenInMaroon
Live Scorecard https://t.co/MBDOV534qQ pic.twitter.com/etkxX7l7bq
— Windies Cricket (@windiescricket) March 4, 2021
ଧନଞ୍ଜୟ ଲଗାତାର ଛଅଟି ଛକା ଖାଇବା ପୂର୍ବରୁ ହ୍ୟାଟ୍ରିକ ଓ୍ୱିକେଟ୍ ନେଇଥିଲେ। ଓ୍ୱେଷ୍ଟେଣ୍ଡିଜର ଇଭିନ୍ ଲୁଇସ୍, କ୍ରିସ୍ ଗେଲ୍ ଏବଂ ନିକୋଲାସ୍ ପୁରାନଙ୍କୁ ଲଗାତର ତିନୋଟି ବଲରେ ଆଉଟ କରିଥିଲେ। ମୋଟ ଉପରେ, ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ଛଅଟି ଛକା ମାରିବା ପୋଲାର୍ଡ ହେଉଛନ୍ତି ତୃତୀୟ ବ୍ୟାଟ୍ସମ୍ୟାନ୍। ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ ପ୍ରଥମ କ୍ରିକେଟର ଭାବରେ ଏହି ସଫଳତା ହାସଲ କରିଥିଲେ। ୨୦୦୭ରେ ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଗୋଟିଏ ଓଭରରେ 36 ରନ୍ ସ୍କୋର କରିଥିଲେ ଗିବ୍ସ।
The post ପୋଲାର୍ଡ ପାଓ୍ୱାର, ହ୍ୟାଟ୍ରିକ ନେଇଥିବା ବୋଲରଙ୍କ ଗୋଟିଏ ଓଭରରେ ଛଅ ଛକା appeared first on Odisha Reporter.
from Odisha Reporter https://ift.tt/3sLpa7k
No comments:
Post a Comment