ଚାଇନାକୁ ଚେକ୍‌: ଭାରତ,ଜାପାନ,ଆମେରିକା ଓ ଅଷ୍ଟ୍ରେଲିଆ କରିବେ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଚାଇନାକୁ ଚେକ୍‌: ଭାରତ,ଜାପାନ,ଆମେରିକା ଓ ଅଷ୍ଟ୍ରେଲିଆ କରିବେ ବୈଠକ

ନୂଆଦିଲ୍ଲୀ: ଚାଇନାକୁ ଚେକ୍‌ ଦେବା ପାଇଁ ପ୍ରଥମଥର ପାଇଁ quad ବୈଠକ ବସିବାକୁ ଯାଉଛି। ଏଥିରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗଦେବେ। ମାର୍ଚ୍ଚ ୧ ୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପରସ୍ପର ସହ କୋଭିଡ୍‌ ଭ୍ୟାକସିନ ସପ୍ଲାଏ ଠାରୁ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ବିଷୟରେ ଆଲୋଚନା କରିବେ। ଏଥିସହ ଆଞ୍ଚଳିକ ଓ ବିଶ୍ୱରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

ମୁକ୍ତ ଓ ଅବଧା ଇଣ୍ଡୋ-ପ୍ୟାସିଫିକ ରିଜନ କେମିତି ପରସ୍ପର ସହଯୋଗରେ ଗଠନ ହୋଇପାରିବ, ତାହା ହିଁ ପ୍ରଥମ quad ବୈଠକରେ ମୂଳ ଏଜେଣ୍ଡା ବୋଲି ମନ୍ତ୍ରଣାଳୟ କହିଛି। ଏହାର ଅର୍ଥ ଚାଇନା ଏସିଆ ମହାଦେଶ ଓ ବିଶ୍ୱରେ ନିଜର ଦବଦବା ଦେଖାଇବା ପାଇଁ ଯେଉଁ ପ୍ରୟାସ କରୁଛି, ତା’ ଉପରେ ରୋକ ଲଗାଇବାକୁ ଏହି ବୈଠକ ବସୁଛି।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋରିସନ ହିଁ ବୈଠକ କରିବାକୁ ଆଗ୍ରହ ଦେଖାଇଥିଲେ। ରାଷ୍ଟ୍ରପତି ବାଇଡେନ ମଧ୍ୟ ସହମତି ଦେଇଥିଲେ। ବୈଠକ ପାଇଁ ବାଇଡେନ ଜାନୁଆରୀ ୨୭ରେ ସୁଗା, ଫେବୃଆରୀ ୩ରେ ମୋରିସନ ଓ ଫେବୃଆରୀ ୮ରେ ମୋଦିଙ୍କ ସହ କଥା ହୋଇଥିଲେ। ଗତ ସପ୍ତାହରେ ମୋରିସନ କହିଥିଲେ ଯେ ଏଣିକି quad ବୈଠକ ନିୟମିତ ଭାବେ ହେବ। ଫେବୃଆରୀ ୧୮ରେ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବିନକେନ୍‌ quad ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ।

The post ଚାଇନାକୁ ଚେକ୍‌: ଭାରତ,ଜାପାନ,ଆମେରିକା ଓ ଅଷ୍ଟ୍ରେଲିଆ କରିବେ ବୈଠକ appeared first on Odisha Reporter.



from Odisha Reporter https://ift.tt/3t7Bkrw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages