ସମ୍ବଲପୁର(ସଞ୍ଜୟ ଜେନା): ଶୋଇଥିବା ଅବସ୍ଥାରେ ହାତୀ ଚଢିଯିବାରୁ ୨ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା କୁଡେରନିଶା ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଜୟଲାଲ ମିର୍ଦ୍ଧା ଓ ତେଲେଙ୍ଗା ଓରାମ ।
ଉଭୟ ଶ୍ରମିକ ସେଠାରେ ବାଉଂଶ କଟାଳୀ ଶ୍ରମିକ ଭାବେ କାମ କରୁଥିଲେ। ସେମାନଙ୍କ ଘର ବରଗଡ ଜିଲ୍ଲାର ଅତ।ବିରା ଯୁନାନୀ ଟାଙ୍ଗରପାଲିରେ ବୋଲି ଜଣାପଡ଼ିଛି । ସଦର ହସପିଟାଲରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଖବର ପାଇ ଧମା ଥାନା ପୁଲିସ୍ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚୁରା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହାତୀ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ।
The post ଶୋଇଥିଲେ ଶ୍ରମିକ, ଦଳିଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/3cXY9ra
No comments:
Post a Comment