ନାଇଁ ନାଇଁ କହୁଥିଲେ, ପ୍ରେମ ଶିଉଳିରେ ଖସରିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ନାଇଁ ନାଇଁ କହୁଥିଲେ, ପ୍ରେମ ଶିଉଳିରେ ଖସରିଗଲେ

ଆକର୍ଷଣୀୟ ଚେହେରା, କଥାକୁହା ଆଖି ସହ ଅଭୂତପୂର୍ବ ଶବ୍ଦ ସଂଯୋଜନାର ଚାତୁରୀ। ଆର୍ଥିକ ଅନଟନ ନୁହେଁ ବରଂ ହୃଦୟର ଆହ୍ୱାନ ଆଉ ଅଭିନୟର ନିଶା ତାଙ୍କୁ ଟାଣି ଆଣିଥିଲା ମଞ୍ଚ ଦୁନିଆକୁ। ତାଙ୍କ ଯାତ୍ରା ପ୍ରବେଶ ଯେପରି ଅପ୍ରତ୍ୟାଶିତ ତା’ ଠାରୁ ଢେର ଅଧିକ ରୋମାଞ୍ଚକର ନିଜ ଲଭ୍‌ ଲାଇଫ। ଏମିତି ଜଣେ ଚୁଲ୍‌ବୁଲି ଅଭିନେତ୍ରୀ ହେଉଛନ୍ତି ଲିଜା ପଣ୍ଡା। 

ଯଲିଉଡ୍ ସୁପରଷ୍ଟାର୍ ଲିଜାଙ୍କ ପାଇଁ ଯାତ୍ରାପ୍ରବେଶ ରାସ୍ତା ଆଦୌ ଅନୁକୂଳ ନଥିଲା। ଯଦିଓ ବାପା ସୁଧାକର ଶତପଥୀ ଜଣେ କଳାପ୍ରେମୀ ଥିଲେ କିନ୍ତୁ ସେ ଚାହୁଁ ନଥିଲେ ଯେ ତାଙ୍କ ଝିଅ ମୁହଁରେ ରଙ୍ଗ ବୋଳି ଝିଲମିଲ୍ ଆଲୁଅରେ ରାତିତମାମ୍ ଅଭିନୟ କରୁ। କିନ୍ତୁ ଯାବତୀୟ ନାହିଁ ନାହିଁର ସ୍ୱର ସତ୍ତ୍ୱେ ବିଧାତା ତାଙ୍କ କପାଳରେ ଯେମିତି ଲେଖିଥିଲା ଓଡ଼ିଆ ଯାତ୍ରା ଦର୍ଶକଙ୍କ ଦିଲରେ ରାଜ୍‌ କରିବାର ସୌଭାଗ୍ୟ। ଜଗତସିଂହପୁର ଜିଲ୍ଲା ନହରଣା ଗାଁର ଏହି ଏକଜିଦିଆ ଝିଅ ପତିତପାବନ ଗର୍ଲସ ହାଇସ୍କୁଲରେ ମ୍ୟାଟ୍ରିକ୍ ପଢ଼ୁଥିବା ବେଳେ ହିଁ ପ୍ରଥମେ ମଞ୍ଚ ଅଭିନୟ ପାଇଁ ଦେଖିଥିଲେ ସତ ସତିକା ସ୍ୱପ୍ନ। ପ୍ରଥମେ ସେତେବେଳର ଟପ୍ ଭିଲିଆନ୍ ଦିବାକର ଦାସ ଓ ସଂଳାପକାର ମନୋଜ ପଣ୍ଡାଙ୍କ ସହ କୌଣସି ସୂତ୍ରରେ ଯୋଗାଯୋଗ ରଖିଥିଲେ। ହେଲେ ସେଠାରୁ ମିଳିଥିଲା ରେଡ୍ ସିଗନାଲ୍।

ଲିଜାଙ୍କ ହୃଦୟର ଆଓ୍ୱାଜ୍ କହୁଥିଲା ସେ ଅଭିନୟ କରିବେ। ତା ପୁଣି ମୁକ୍ତାକାଶ ମଞ୍ଚରେ। ତେଣୁ ମନକୁ ଆଉ ଲଗାମ୍‌ ଦେବାକୁ ଚାହିଁଲେ ନାହିଁ। ମାତ୍ର ୧୬ ବର୍ଷ ବୟସରେ ଘରୁ ଲୁଚି ଚାଲି ଆସିଥିଲେ, ଆଉ ଯୋଗ ଦେଇଥିଲେ ଅନୁଗୋଳ ସୂର୍ଯ୍ୟ ଅପେରାରେ। କିନ୍ତୁ ଏଥର ମଧ୍ୟ ଭାଗ୍ୟ ସାଥୀରେ ନଥିଲା। ସୂର୍ଯ୍ୟ ଅପେରା ଭାଙ୍ଗିଗଲା ଏବଂ ଅନ୍ୟ କିଛି ଉପାୟ ନପାଇ ଘରକୁ ଫେରବାକୁ ବାଧ୍ୟ ହୋଇଥିଲେ ଲିଜା।

ଘରକୁ ଫେରିଲେ ସିନା ହେଲେ ଘରଲୋକ, ବିଶେଷ କରି ବାପାଙ୍କଠାରୁ ଶୁଣିବାକୁ ମିଳିଲା ଅକଥନୀୟ ଗାଳି। ଗାଳି ଗଞ୍ଜଣା ମଥାନତ କରି ସହିଯିବା ଛଡ଼ା ଲିଜା ପାଖରେ ଆଉ କିଛି ରାସ୍ତା ନଥି୍ଲା। ତେବେ ଏହି ଅସୀମ ଧୈର୍ଯ୍ୟ ଓ ପରିସ୍ଥିତିକୁ ସାମ୍ନା କରିବାର ଅତୁଟ ମନୋବଳ ତାଙ୍କୁ ଦେଖାଇଥିଲା ସଫଳତାର ରାସ୍ତା। ବାରମ୍ବାର ନିଷ୍ଠାପର ଉଦ୍ୟମରେ ଭାଗ୍ୟଦେବୀଙ୍କୁ ମନାଇ ନେଇଥିଲେ ଏହି ଜୁଦ୍‌ଖୋରିଆ ସୁନ୍ଦରୀ।

ଏଥର ଆସିଲେ ତାରାପୁର ଅପେରା। ନିଜ ଆକର୍ଷଣୀୟ ଚେହେରା, ମନଛୁଆଁ ପରିପାଟୀ ଓ ଶବ୍ଦ ସଂଯୋଜନାର ସାମର୍ଥ୍ୟ ଦେଖି ଆନମନା ହୋଇ ପଡ଼ିଥିଲେ ନିଜେ ପ୍ରଯୋଜକ। ଆଉ ଦେଇଥିଲେ ଆଙ୍କରିଂର ଅଫର୍। ନିଜ ଉପସ୍ଥିତ ବୁଦ୍ଧି ଓ ଶବ୍ଦ ପ୍ରସଙ୍ଗରେ ଅସମ୍ଭବ ଦଖଲ ରଖିଥିବା ଲିଜାଙ୍କୁ ଦିନ କେଇଟା ଭିତରେ ଜଣେ ନିର୍ଭରଯୋଗ୍ୟ ଓ ଦର୍ଶକୀୟ ପସନ୍ଦର ଆଙ୍କର ରୂପେ ପରିଚୟ ଦେଇଥିଲା। ଆଙ୍କରିଂ କରୁଥିବା ବେଳେ ମିଳିଥିଲା ଅଭିନୟରର ସୁଯୋଗ। ପ୍ରଥମ ନାଟକ ଥିଲା “ନୂଆ ନୂଆ ଲାଜ ଲାଗୁଛି”। ଏଥିରେ ଲିଜାଙ୍କ କମେଡି ଯାତ୍ରା ଦର୍ଶକଙ୍କୁ ଦେଇଥିଲା ନୂଆ ଛୁଙ୍କ। ତେବେ ସ୍ୱତନ୍ତ୍ର ଖ୍ୟାତି ଆଣିଥିଲା ନାଟକ ‘ମୌନାବତୀ’ର ସାକ୍ରିଫାଇସିଂ ପୁଲିସ ଇନ୍ସପେକ୍ଟରର ଚରିତ୍ର। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଲିଜା। ଗୋଟିଏ ପରେ ଗୋଟିଏ ହିଟ୍‌‍ ନାଟକ ଦେଇ ଉଭୟ ଆଙ୍କରିଂ ଓ ଅଭିନୟରେ ବୁଡ଼ି ରହିଥିବା ଲିଜାଙ୍କୁ ସେହି ତାରାପୁର ଅପେରାରେ ହିଁ ସାରା ଲାଇଫର ପାର୍ଟନର ମିଳିଥିଲା।

କେନ୍ଦ୍ରାପଡ଼ା ଜଜାଙ୍ଗରେ ଖେଳୁଥିଲା ତାରାପୁର ଅପେରା। ଯାତ୍ରା ଆରମ୍ଭ ପୂର୍ବରୁ ରଙ୍ଗୀନ ଆଲୁଅରେ ଝିଲ୍‌ମିଲ୍‌‍ ଡ୍ରେସ୍‌ ପିନ୍ଧି ଷ୍ଟେଜକୁ ଆସିଲେ ଲିଜା। ପ୍ରଥମେ ଦର୍ଶକଙ୍କୁ ଭେଟି ଦେଲେ ଗୋଟିଏ ପରେ ଅନ୍ୟ ଏକ ମନଛୁଆଁ ସାୟରୀ। ବାସ୍ ଏହି ସାୟରୀରେ ଘାଇଲା ହୋଇ ଯାଇଥିଲେ ଲିଜାଙ୍କ ଏକତରଫା ପ୍ରେମିକ। ମଞ୍ଚରେ ଲିଜାଙ୍କ ଟ୍ୟାଲେଣ୍ଟ ଦେଖି ସବା ଆଗ ଧାଡ଼ିରେ ବସିଥିବା ସ୍ଥାନୀୟ ଅଞ୍ଚଳର ବାପି ପଣ୍ଡା ମନେ ମନେ ତାଙ୍କୁ ଦେଇ ବସିଥିଲେ ଦିଲ୍‌।

ରାତି ପାହିଲା ଆଉ ଯାତ୍ରା ପାର୍ଟି ଚାଲିଗଲା। ହେଲେ ବାପିଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଗଲା ଲିଜାଙ୍କ ଠାଣି, ବାଣୀ ଓ ଚାହାଣୀ। ପରେ ପ୍ରେମିକାଙ୍କ ଠିକଣା ଖୋଜି ସିଧା ସଳଖ ଲିଜାଙ୍କୁ ଠାବ କଲେ, ଆଉ ପ୍ରଥମ ଦେଖାରେ ହିଁ ମନ କଥା କହିଦେଲେ ବାପି। କିନ୍ତୁ ଅଚିହ୍ନା ଯୁବକଙ୍କ ଅପ୍ରତ୍ୟାଶିତ ପ୍ରପୋଜ ଦେଖି ହଡ଼ବଡ଼େଇ ଯାଇଥିବା ଲିଜା। ସିଧା ସିଧା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ପ୍ରେମର ସମୁଦ୍ରରେ ବୁଡ଼ି ରହିଥିବା ବାପି କିନ୍ତୁ ଥିଲେ ନିଜ ଲକ୍ଷ୍ୟପଥରେ ବେଶ ଅବିଚଳିତ। ପ୍ରେମିକାକୁ ପଟାଇବା ପାଇଁ ଯାବତୀୟ ଉଦ୍ୟମ ଶେଷରେ ଟ୍ରାକ ଧରିଲା, ଆଉ ଲିଜାଙ୍କଠାରୁ ମିଳିଥିଲା ବହୁ ପ୍ରତୀକ୍ଷିତ ଗ୍ରୀନ ସିଗନାଲ। ଫୋନ‌ରେ ଚାଲିଲା ଭାବ ଦିଆନିଆ। ଏହାରି ଭିତରେ ତାରାପୁର ଛାଡ଼ି ଲିଜା ଧଉଳି ଆସିଲେ ଏବଂ ଏହିସଠାରେ ଦୀର୍ଘ ଦିନର ପ୍ରେମ ବିବାହର ରୂପ ନେଇଥିଲା। ଦୁଇ ପରିବାରର ସହମତିରେ ହୋଇଥିଲା ଲିଜାଙ୍କ ବିବାହ।

ବିବାହ ପରେ ଦ୍ୱିତୀୟ ଇନିଂସ ପାଇଁ ମଞ୍ଚକୁ ଫେରିବା ବେଳେ ଲିଜା କିନ୍ତୁ ଏକା ନଆସି ସାଥୀରେ ନେଇଆସିଥିଲେ ପତିଦେବଙ୍କୁ। ଧଉଳି ଗଣନାଟ୍ୟର ତତକାଳୀନ ପରିଚାଳକ ସ୍ୱର୍ଗତଃ ବିପିନ ଦେଓଙ୍କ ପରାମର୍ଶରେ ବାପି ନିଜ ପତ୍ନୀଙ୍କ ସହ ଆଙ୍କରିଂ କଲେ। ଶବ୍ଦ ସଂଯୋଜନାର ଅପୂର୍ବ ଲାଳିତ୍ୟରେ ଉଭୟ ଝୁମିଲେ ଓ ଈଉ ନିଝୁମ ରାତିରେ ଦର୍ଶକଙ୍କୁ ବି ଢେର ଝୁମାଇଲେ ଏହି ନବଦମ୍ପତି। ତାରାପୁର ପରେ ଧଉଳି, କଳିଙ୍ଗ, ପାର୍ବତୀ ଓ ଭାୟା ସୂର୍ଯ୍ୟମନ୍ଦିର ହୋଇ ଚଳିତବର୍ଷ ପୁଣି ଧଉଳିକୁ ଫେରିଛନ୍ତି ଏହି ଭର୍ସାଟାଇଲ୍ ଯଲିଉଡ୍ କପଲ୍।

ଆଙ୍କରିଂର ଚ୍ୟାଲେଞ୍ଜ ସହ ଅଭିନୟର ନିଷ୍ଠାକୁ ଏକାଠି କରି ଗୋଟିଏ ପରେ ଅନ୍ୟ ଏକ ହିଟ୍ ବହି ଦେଇଥିବା ଲିଜାଙ୍କ ଚର୍ଚ୍ଚିତ ନାକଟ ମଧ୍ୟରେ ରହିଛି ଠେଙ୍ଗା ଆମର ଜୀବନ ସାଥୀ, ଲକ୍ଷେ ଟଙ୍କିଆ ଝିଅ, ଡେଞ୍ଜର୍ ସିଗନାଲ, ଝିଅଟି ଗୋରୀ ପ୍ଲଟ ନମ୍ୱର-୪, ମୋ ଶବ ମୁଁ ଦେଖୁଛି, ଅଙ୍ଗନବାଡ଼ି ଦିଦି, ସୋନାଗାଛି ଝିଅ ସୋନାଲି, ମୁଁ ମନ୍ତ୍ରୀ ପୁଅର ରକ୍ଷିତା, ମୋ ସ୍ୱାମୀର ସିନ୍ଦୂର ସତ ଲାଗୁନି, ମୋ ଠିକଣା ମୋତେ ଅଜଣା, ଆଖିରୁ ଆରମ୍ଭ ଓଠରେ ଶେଷ, ସବୁ ଉପରବାଲାର ଖେଳ, ମୋତେ ଭୁଲିଯିବୁ ତୋତେ ତୋ ରାଣ, ଠିକଣା ହଜିଛି ଜଗା ଭାଇର, ରାଧା ହଜିଗଲା ଅଧା ବାଟରେ, ମାୟାବିନି ମୌସୁମୀ, କାହାଣୀ କହୁଛି ସୂର୍ଯ୍ୟ ମନ୍ଦିର, ପ୍ରେମିକାର ନାଁ ଚନ୍ଦ୍ରଭାଗା, ସାଥୀରେ ରହିବ ସାତ ଜନମ ଓ ଗାନ୍ଧୀ ଫେରୁଛନ୍ତି ପ୍ରମୁଖ ।

ଓଡ଼ିଶା ରିପୋର୍ଟରରୁ ମନୋରଞ୍ଜନ ଶିଅଳ

The post ନାଇଁ ନାଇଁ କହୁଥିଲେ, ପ୍ରେମ ଶିଉଳିରେ ଖସରିଗଲେ appeared first on Odisha Reporter.



from Odisha Reporter https://ift.tt/397rhuQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages