ଆରସି ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଆରସି ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ!

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଦେଶରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ୧୫ ବର୍ଷରୁ ଅଧିକ ପୁରୁଣା କାର୍‌ର ଆରସି ବା ରେଜିଷ୍ଟ୍ରେସନ ନମ୍ବରର ନବୀକରଣ ପାଇଁ ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ।

ଅକ୍ଟୋବର ମାସରୁ ଏହି ବର୍ଗରେ ଆସୁଥିବା କାର୍‌ଗୁଡ଼ିକର ଆରସି ନବୀକରଣ ପାଇଁ ୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। ଏବେ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ୁଛି।

ସେହିପରି ୧୫ ବର୍ଷରୁ ଅଧିକ ପୁରୁଣା ବାଇକ୍‌ର ଆରସି ନବୀକରଣ କରିବା ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଲୋକଙ୍କୁ ଏଥିପାଇଁ ୩ଶହ ଟଙ୍କା ଦେବାକୁ ପଡ଼ୁଛି। ୧୫ ବର୍ଷ ତଳର ଟ୍ରକ୍‌ କିମ୍ବା ବସ୍‌ର ଫିଟନେସ୍‌ ନବୀକରଣ ପ୍ରମାଣପତ୍ର ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ବର୍ତ୍ତମାନର ଫି’ ଠାରୁ ୨୧ ଗୁଣା ଅଧିକ।

୩ ଚକିଆ ଯାନର ପଞ୍ଜୀକରଣ ୬୦୦ ଟଙ୍କାରେ ହେଉଥିବା ବେଳେ ନବୀକରଣ ପାଇଁ ୨,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିଦେଶକୁ ଯାଉଥିବା କାର୍‌ ବା ତା’ ଠାରୁ ବଡ଼ ଗାଡ଼ିର ପଞ୍ଜୀକରଣ ପାଇଁ ୫ ହଜାର ଟଙ୍କା ଓ ନବୀକରଣ ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ।

ନୂଆ ଫିଟନେସ୍‌ ପ୍ରମାଣପତ୍ର ନିୟମ

ବାଇକର ନୂଆ ଫିଟନେସ୍‌ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନବୀକରଣ ପାଇଁ ୧ ହଜାର ଟଙ୍କା ଦେବାକୁ ପଡ଼ିବ। ୩ ଚକିଆ ଯାନର ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୦୦୦ ଟଙ୍କା ଓ ନବୀକରଣ ପାଇଁ ୩,୫୦୦ ଟଙ୍କା, ଟ୍ୟାକ୍ସ/କ୍ୟାବ ପାଇଁ ୧ହଜାର ଓ ୭,୦୦୦, ମିଡିୟମ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ି ପାଇଁ ୧୩ଶହ ଓ ୧୦,୦୦୦ ଏବଂ ବଡ଼ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ିଗୁଡ଼ିକ ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୫ ଶହ ଟଙ୍କା ଓ ନବୀକରଣ ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ।

ନବୀକରଣ ନିୟମ କେବଳ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବ।

ବିଳମ୍ବ କଲେ ଆଦାୟ ହେବ ଜୋରିମାନା

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଆରସି ନବୀକରଣ ପାଇଁ ଏପରି ବର୍ଦ୍ଧିତ ଫି’ ଧାର୍ଯ୍ୟ କରିଛନ୍ତି। ଏହାର ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଭେଇକିଲ ସ୍କ୍ରାପେଜ୍‌ ପଲିସି ଅଧୀନରେ ଏପରି ବ୍ୟବସ୍ଥା କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ଘରୋଇ ଗାଡ଼ି ଗୁଡ଼ିକର ପଞ୍ଜୀକରଣରେ ବିଳମ୍ବ କଲେ ମାସିକ ୩୦୦ରୁ ୫ଶହ ଟଙ୍କା ଜୋରିମାନା ଲାଗୁ କରାଯିବ। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ିର ଫିଟନେସ ନବୀକରଣରେ ବିଳମ୍ବ କଲେ ଦୈନିକ ୫୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

ସରକାର ପ୍ରଦୂଷଣ ଓ ପୁରୁଣା ଗାଡ଼ିକୁ ବ୍ୟାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଏପରି ବର୍ଦ୍ଧିତ ଫି’ ଲାଗୁ କରାଯିବ। ଘରୋଇ ଗାଡ଼ିଗୁଡ଼ିକ ୧୫ ବର୍ଷ ପୁରୁଣା ହୋଇଗଲା ପରେ ପ୍ରତି ୫ ବର୍ଷରେ ଥରେ ଏହାର ଆରସିକୁ ନବୀକରଣ କରିବାକୁ ପଡ଼ିଥାଏ। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ି ୮ ବର୍ଷ ପୁରୁଣା ହୋଇଯିବା ପରେ ପ୍ରତିବର୍ଷ ଏହାର ଫିଟନେସ ପ୍ରମାଣପତ୍ରକୁ ନବୀକରଣର କରାଯିବାର ନିୟମ ରହିଛି।

ସହଜରେ ବଦଳାଇ ପାରିବେ ପୁରୁଣା ଗାଡ଼ି

ପୁରୁଣା ଗାଡ଼ିକୁ ସହଜରେ ବଦଳାଇ ନୂଆ ଗାଡ଼ି ପାଇବା ପାଇଁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଡ୍ରାଫ୍ଟରେ କୁହାଯାଇଛି ଯେ ପୁରୁଣା ଗାଡ଼ି ଚଳାଉଥିବା ଲୋକମାନେ ଦେଶର ଯେକୌଣସି ସ୍କ୍ରାପିଂ ସେଣ୍ଟରକୁ ଯାଇ ଏହାକୁ ବଦଳାଇ ପାରିବେ।

ପୁରୁଣା ଗାଡ଼ି ବଦଳ କରୁଥିବା ଲୋକଙ୍କୁ ନୂଆ ଗାଡ଼ି ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିବ। ସ୍କ୍ରାପିଂ ସେଣ୍ଟରଗୁଡ଼ିକ ଗାଡ଼ିଗୁଡ଼ିକୁ ରଖିବା ପୂର୍ବରୁ ଏହା ପ୍ରକୃତ ମାଲିକଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରିବେ। ବଜାରରେ ଗାଡ଼ିର ମୂଲ୍ୟ ଯେତିକି ହୋଇଥିବ, ତଦନୁସାରେ ମାଲିକଙ୍କୁ ଟଙ୍କା କମ୍ପାନୀ ଦେବ। ଏଥିପାଇଁ ସରକାର କୌଣସି ମୂଲ୍ୟ ଧାର୍ଯ୍ୟ କରିନାହାନ୍ତି।

The post ଆରସି ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ! appeared first on Odisha Reporter.



from Odisha Reporter https://ift.tt/3lsQepx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages