କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ନକ୍ସଲ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟରରେ ୧୧ ଗୋଟି ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦିଆଯାଇଛି।

ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଛନ୍ତି । ଏହାବ୍ୟତୀତ ଏକ କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।

ରାଇଘର ଅଞ୍ଚଳରେ ଏକ କେଟିଲରେ ବିଦ୍ୟୁତ୍‌ ତାର ସଂଯୋଗ କରି ଥୁଆ ହୋଇଛି।

ନବରଙ୍ଗପୁର ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ ଏହି ଗାଁରେ  କିଛି ଦିନର ବ୍ୟବଧାନ ପରେ  ପୁଣି ଥରେ ଏଭଳି ନକ୍ସଲ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।  ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି  ।

The post କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ appeared first on Odisha Reporter.



from Odisha Reporter https://ift.tt/38O8Mez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages