ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ପାଳିତ ହେବ ପଙ୍କଉଦ୍ଧାର ନୀତି । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହେବେ । ମନ୍ଦିରଠାରୁ ୨୦୦ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି ।
ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି । ବର୍ଷକରେ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି । କିନ୍ତୁ ଏବର୍ଷ ଶ୍ରଦ୍ଧାଳୁଙ୍କ ଏହି ସୁଯୋଗ ମିଳିବ ନାହିଁ ।
ଏନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି, ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ନୀତି କୋଭିଡ କଟକଣା ଭିତରେ ପାଳିତ ହେବ। ସୀମିତ ସେବାୟତଙ୍କ ଦ୍ୱାରା ଏହି ନୀତି ପାଳିତ ହେବ। ଏଥିପାଇଁ ୩ ଘଣ୍ଟା ଲାଗୁ ହେଉଥିବାରୁ ଏଥର ଅଧିକ ସମୟ ଲାଗିବ। ଦିନ ୨ଟା ପରେ ସର୍ବସାଧାରଣ ଦର୍ଶନ କରିପାରିବେ। କେହି ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେନି। ସମସ୍ତେ ବାହାରୁ ଦର୍ଶନ କରିପାରିବେ।
The post ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି, ଗମ୍ଭୀରା ଭିତରକୁ ପ୍ରବେଶ ମନା appeared first on Odisha Reporter.
from Odisha Reporter https://ift.tt/3eloh1t
No comments:
Post a Comment