ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ବାଇଡେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ବାଇଡେନ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଭିନ୍ନ ଦେଶର ୪୦ ଜଣ ନେତାଙ୍କୁ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରହିଛନ୍ତି। ଏପ୍ରିଲ ୨୨-୨୩ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜନ ହେବ।

ଲୋକମାନେ ଯେମିତି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ଏହାର ସିଧାପ୍ରସାରଣର ବ୍ୟବସ୍ଥା କରାଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଗ୍ଲାସଗୋରେ ମିଳିତ ଜାତିସଂଘର କ୍ଲାଇମେଟ୍‌ ଚେଞ୍ଜ କନଫରେନ୍ସ(ସିଓପି୨୬) ଅନୁଷ୍ଠିତ ହେବ।

ଏହାପୂର୍ବରୁ ଆମେରିକା ନେତୃତ୍ୱରେ ବିଶ୍ୱ ପରିବେଶ ସମ୍ମିଳନୀ କରାଯିବ। ଏହା ସିଓପି୨୬ ପାଇଁ ଏକ ମାଇଲଷ୍ଟୋନ ଭାବେ ଉଭା ହେବ। ଏଥିପାଇଁ ବିଶ୍ୱର ୪୦ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯାଇଛି। ପରିବେଶର ସୁରକ୍ଷା ପାଇଁ କ’ଣ କରାଯାଇ ପାରିବ ଓ ଏହାଦ୍ୱାରା ଆର୍ଥିକ ଫାଇଦା କେମିତି ମିଳିବ, ସେସବୁର ଆଲୋଚନା ବିଶ୍ୱ ପରିବେଶ ସମ୍ମିଳନୀରେ କରାଯିବ ବୋଲି ହ୍ୱାଇଟ ହାଉସ କହିଛି।

ଏହି ସମ୍ମିଳନୀ ପାଇଁ ମୋଦିଙ୍କ ବ୍ୟତୀତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ସାଉଦି ଆରବ ରାଜା ସଲମାନ ବିନ୍‌ ଅବଦୁଲାଜିଜ ଅଲ ସାଉଦ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରମୁଖ ରହିଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ବୁଟାନ ପ୍ରଧାନମନ୍ତ୍ରୀ ଲୋଟାୟ ଟଶେରିଂଙ୍କୁ ମଧ୍ୟ ଦୁଇ ଦିନିକିଆ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ଆମେରିକା ସମସ୍ତଙ୍କୁ ନିମନ୍ତ୍ରଣ କରି ସବୁ ଦେଶର ରାଷ୍ଟ୍ରମୁଖ୍ୟକୁ ପରିବେଶ ସୁରକ୍ଷା ଉପରେ ମତ ରଖିବାକୁ କୁହାଯାଇଛି।

The post ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ବାଇଡେନ୍ appeared first on Odisha Reporter.



from Odisha Reporter https://ift.tt/3w1dCiJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages