ରାଜ୍ୟରେ ପୁଣି ୨ଶହ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ରାଜ୍ୟରେ ପୁଣି ୨ଶହ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୩ ଦିନ ହେବ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଅତିକ୍ରମ କରିଦେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେଥିମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ୨୩, କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଷ୍ଟେଟ୍ ପୁଲ୍‌ରୁ ୧୨ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସମ୍ବଲପୁରରୁ ୧୧, ମୟୂରଭଞ୍ଜ, ଯାଜପୁର ଓ ବରଗଡ଼ରୁ ୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି। ଲଗାତାର ୪ ଦିନ ଏହି ସଂଖ୍ୟା ଶହେ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିଲା। ଏହାପରେ ଶୁକ୍ରବାର ପଜିଟିଭ ସଂଖ୍ୟା ୨୩୪ ଛୁଇଁଥିବା ବେଳେ  ଆଜି ପୁଣି ୨ଶହ ଉପରେ ରହିଛି ପଜିଟିଭ ସଂଖ୍ୟା।

The post ରାଜ୍ୟରେ ପୁଣି ୨ଶହ ପାର୍‌ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/31p3LFi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages