ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୫ ସଂଧ୍ୟାରେ ଏହି ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ସେ କହିଥିଲେ ଯେ “ମୁଁ ଅତ୍ୟନ୍ତ ନମ୍ରତାର ସହିତ ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର ଗ୍ରହଣ କରୁଛି। ମୁଁ ଏହି ପୁରସ୍କାର ଭାରତର ଜନସାଧାରଣଙ୍କୁ ସମର୍ପିତ କରୁଛି। ମୁଁ ଆମ ଦେଶର ମହାନ ପରମ୍ପରାକୁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କାରଣ ପରିବେଶର ସୁରକ୍ଷା ପାଇଁ ଏହା ଆମକୁ ମାର୍ଗ ଦେଖାଇ ଆସିଛି।” ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ ୨୦୨୧ରେ ସାମିଲ୍ ହୋଇ ମୋଦି ଏହି ଅଭିଭାଷଣ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବ ଜାତିର ମହାନତମ ପରିବେଶ ଚାମ୍ପିଅନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଅଗ୍ରଗଣ୍ୟ ଥିଲେ। ଯଦି ସମଗ୍ର ମାନବ ସମାଜ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରେ ତା’ହେଲେ ବର୍ତ୍ତମାନ ସମୟରେ ଆମେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ। ସେ ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ସହର ଗୁଜରାଟର ପୋରବନ୍ଦର ଗସ୍ତ କରିବା ଲାଗି ଅନୁରୋଧ କରିଥିଲେ, ଯେଉଁଠି ବର୍ଷା ପାଣି ସଂରକ୍ଷଣ ପାଇଁ ଭୂତଳ ଟାଙ୍କି ନିର୍ମାଣ କରାଯାଇଛି।
My remarks at the CERAWeek 2021. https://t.co/o4Popr2XFG
— Narendra Modi (@narendramodi) March 5, 2021
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ କେବଳ ଦୁଇଟି ମାର୍ଗ ରହିଛି। ଗୋଟିଏ ହେଉଛି ନୀତି, ଆଇନ, ନିୟମ ଏବଂ ଆଦେଶ ଆଧାରିତ। ପ୍ରଧାନମନ୍ତ୍ରୀ ଉଦାହରଣ ଦେଇ ଏହାର ବର୍ଣ୍ଣନା କରିଥିଲେ। ଭାରତରେ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସ ଉପଯୋଗ କରିବାର ଅଂଶଧନ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୦ ଠାରୁ ଭାରତ-୬ ନିର୍ଗମନ ନିୟମକୁ କାର୍ଯ୍ୟକାରୀ କରାଯାଇଛି ଯାହାକି ୟୁରୋ-୬ ଇନ୍ଧନ ସହିତ ସମାନ।
୨୦୩୦ ସୁଦ୍ଧା ଭାରତ ପ୍ରାକୃତିକ ବାଷ୍ପ ଉପଯୋଗ ପରିମାଣକୁ ବର୍ତ୍ତମାନର ୬%ରୁ ବୃଦ୍ଧି କରି ୧୫% କରିବା ଲାଗି ଲକ୍ଷ୍ୟ ରଖିଛି। ଏଲଏନଜିକୁ ଇନ୍ଧନ ରୂପରେ ପ୍ରୋତ୍ସାହନ ଦିଆଯାଉଛି। ସେ ମଧ୍ୟ ନିକଟରେ ଆରମ୍ଭ ହୋଇଥିବା ନ୍ୟାସନାଲ ହାଇଡ୍ରୋଜେନ ମିଶନ ଏବଂ ପିଏମ କୁସୁମର ଅବତାରଣା କରିଥିଲେ ଯାହାକି ସୌର ଶକ୍ତି ସୃଷ୍ଟିର ସମାନତାପୂର୍ଣ୍ଣ ଏବଂ ବିକେନ୍ଦ୍ରୀକୃତ ମଡେଲକୁ ପ୍ରୋତ୍ସାହିତ କରିବ। କିନ୍ତୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସବୁଠାରୁ ଶକ୍ତିଶାଳୀ ମାର୍ଗ ହେଉଛି ଅଭ୍ୟାସଗତ ପରିବର୍ତ୍ତନ ବୋଲି ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ ଆହ୍ୱାନ କରି କହିଥିଲେ ଯେ ଆମେ ନିଜକୁ ପ୍ରସ୍ତୁତ କରିବା ଯାହାଫଳରେ ବିଶ୍ୱ ଏକ ଉତ୍ତମ ସ୍ଥାନ ହୋଇପାରିବ। ସେ କହିଥିଲେ ଯେ ଅଭ୍ୟାସଗତ ପରିବର୍ତ୍ତନ ହେଉଛି ଆମ ପାରମ୍ପରିକ ଅଭ୍ୟାସର ଏକ ପ୍ରମୁଖ ଅଂଶବିଶେଷ ଯାହାକି ଆମକୁ ସହାନୁଭୂତି ସହିତ ଉପଯୋଗ ନିମନ୍ତେ ଶିକ୍ଷା ଦେଇଥାଏ। ମୂର୍ଖତାପୂର୍ଣ୍ଣ ଭାବେ ନଷ୍ଟ କରିବାର ସଂସ୍କୃତି ଆମ ଲୋକାଚାରର ଅଂଶବିଶେଷ ନୁହେଁ। ଲଗାତାର ଭାବେ ଜଳସେଚନର ଆଧୁନିକ ଜ୍ଞାନକୌଶଳ ଉପଯୋଗ କରୁଥିବା ଭାରତୀୟ ଚାଷୀଙ୍କୁ ନେଇ ସେ ଗର୍ବ ଅନୁଭବ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ କୀଟନାଶକ ବ୍ୟବହାର ହ୍ରାସ କରିବା ଉପରେ ସଚେତନତା ଦିନକୁ ଦିନ ବୃଦ୍ଧି ପାଉଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ସାତ ବର୍ଷ ହେବ ଭାରତରେ ଜଙ୍ଗଲ ଘନତ୍ୱ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି, ସିଂହ, ବାଘ, ଚିତା ଏବଂ ଜଳପକ୍ଷୀଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସକାରାତ୍ମକ ଅଭ୍ୟାସଗତ ପରିବର୍ତ୍ତନର ଏସବୁ ହେଉଛି ବଡ଼ ସୂଚକାଙ୍କ ବୋଲି ସେ ଉଲ୍ଲେଖ କରିଥିଲେ।
The post ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ‘ସେରା ୱିକ୍ ଗ୍ଲୋବାଲ ଲିଡରସିପ’ ପୁରସ୍କାର appeared first on Odisha Reporter.
from Odisha Reporter https://ift.tt/3rlHCTD
No comments:
Post a Comment