୬ ମାର୍ଚ୍ଚ, ଶନିବାର: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

୬ ମାର୍ଚ୍ଚ, ଶନିବାର: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ

ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ନୃତ୍ୟ ଓ ଅଭିନୟ କ୍ଷେତ୍ରରେ ଥିବା ଲୋକେ ମାନସମ୍ମାନ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ।

ମିଥୁନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ପ୍ରତିକାର: ଗଣେଶ ମହାପ୍ରଭୁଙ୍କ ପାଖରେ ଲଡୁ ଭୋଗ କରନ୍ତୁ।

କର୍କଟ: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବ। ପ୍ରତିକାର: ମା’ଙ୍କୁ ପ୍ରଣାମ କରନ୍ତୁ।

ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

କନ୍ୟା: ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।

ତୁଳା: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ। ନିଜ ଲୋକମାନେ କାର୍ଯ୍ୟରେ ବାଧା ଉପୁଜାଇବେ। ଆର୍ଥିକ ଚିନ୍ତା ଯୋଗୁ ମାନସିକ ଅଶାନ୍ତି ଦେଖାଦେବ।

ବିଛା: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।

ଧନୁ: ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ସଂପନ୍ନ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ସାହିତ୍ୟ, କଳା ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।

ମକର: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର– ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ।

କୁମ୍ଭ: ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ ସହିତ ଆଭୂଷଣ ପ୍ରାପ୍ତି ଯୋଗ ରହିଛି।

ମୀନ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଲାଭ ପାଇବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର– ମଥାରେ ଚନ୍ଦନ ଧାରଣ କରନ୍ତୁ।

The post ୬ ମାର୍ଚ୍ଚ, ଶନିବାର: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ appeared first on Odisha Reporter.



from Odisha Reporter https://ift.tt/3v14mKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages