ରେଭ୍ ପାର୍ଟିରେ ସାପ ବିଷର ଚାହିଦା ! ବିଦେଶୀ ଲିଙ୍କ୍‌ର ଖୋଳତାଡ଼ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ରେଭ୍ ପାର୍ଟିରେ ସାପ ବିଷର ଚାହିଦା ! ବିଦେଶୀ ଲିଙ୍କ୍‌ର ଖୋଳତାଡ଼ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାପ ବିଷ କାରବାରରେ କ୍ରାଇମବ୍ରାଞ୍ଚ ତଦନ୍ତ ସୁପାରିସ ହୋଇଛି।  ଆନ୍ତର୍ଜାତିକ ଲିଙ୍କ୍ ସନ୍ଦେହ କରି ସୁପାରିସ କରିଛି ଜଙ୍ଗଲ ବିଭାଗ।  ଏହାସହ ଓ୍ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଲେଖିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ଫୋନକଲ ରେକର୍ଡ କଲେ ରାକେଟ୍ ନେଟଓ୍ୱର୍କ ସାମନାକୁ ଆସିପାରିବ।  ବିଷ କାରବାରର ମାଷ୍ଟରମାଇଣ୍ଡ ଫେରାର ଥିବାବେଳେ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି ବନବିଭାଗ।

ଗତ ଶନିବାର ସାପ ବିଷ କାରବାର ଗ୍ୟାଙ୍ଗ ରାଜଧାନୀରୁ ଧରାପଡିବାପରେ ଏହା ପଛରେ  ଆନ୍ତଃରାଜ୍ୟ ଓ ବିଦେଶ ଲିଙ୍କ୍ ଥିବା ସୂଚନା ଦେଇଛନ୍ତି ସିଟି ଡିଏଫ୍ଓ ଅଶୋକ ମିଶ୍ର। ୪ ଜିଲ୍ଲାରୁ ୬ ଅପରାଧି ଧରାପଡିବା ପରେ ଓଡିଶାରେ ଭେନମ୍ ଚାହିଦା ସେପରି ନଥିବାବେଳେ ଦେଶ ତଥା ବିଦେଶରେ ଚାହିଦା ଥିବା ଜଣାପଡୁଛି।  ବଲାଙ୍ଗିରରୁ ଭୁବନେଶ୍ୱର ସେଠାରୁ କୋଲକାତାର ଲିଙ୍କ୍ ବାହାରୁଛି । ଫୋନକଲ ଡିଟେଲସକୁ ନେଇ ଛାନଭିନ କଲେ ଅନେକ କିଛି ତଥ୍ୟ ମିଳିପାରିବ। ଜବତ ସାପ ବିଷ ୨୦୦ରୁ ୨୫୦ ସାପଙ୍କ ଠାରୁ ସଂଗ୍ରହ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି  । କାରବାରରେ ଅନେକ ସମ୍ପୃକ୍ତ ଥାଇ ପାରନ୍ତି।  ମାଷ୍ଟରମାଇଣ୍ଡ୍ ସତ୍ୟନାରାୟଣ ଦାସ ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡିନି । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ପୁଲିସ। ଜବତ ସାପ ବିଷକୁ  ପରୀକ୍ଷା ଲାଗି ଡେରାଡୁନ ଏବଂ କୋଲକାତା ସ୍ଥିତ ଲାବୋରେଟୋରିକୁ ପଠାଯିବା ସହ ଫୋରେନସିକ୍‌ ମଧ୍ୟ ସହାୟତା ଲୋଡ଼ାଯାଇଛି।

ସାପ ବିଷର ଭାରତ ଏବଂ ବିଦେଶରେ ଅନେକ ଚାହିଦା ରହିଛି । ବଡ ବଡ ରେଭ୍ ପାର୍ଟିରେ ସ୍ନେକ ଭେନମ ରହିଛି ଚାହିଦା । ଏହି ବିଷକୁ ନିଶା ଡୋଜ ଆକାରରେ ବ୍ୟବହାର କରୁଥିବା  ସନ୍ଦେହ କରାଯାଉଛି । ଅନୁମତି ପାପ୍ତ ସଂଗୃହିତ ବିଷକୁ ଆଣ୍ଟି ଭେନମ୍ ତିଆରିରେ ବ୍ୟବହାର ହୋଇଥାଏ । ମାତ୍ର ବେଆଇନ ଭାବେ ସଂଗୃହିତ ଭେନମ୍ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି ।

ତେଣୁ ଏହି ବିଷ ଆସିଲା କେଉଁଠୁ? କେଉଁଆଡେ ଯାଇଥାନ୍ତା ? କାହା ଜରିଆରେ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଚାଲାଣ ହୋଇଥାନ୍ତା  ଏସବୁର ରହସ୍ୟ ବାହାର କରିବା ଜରୁରି ବୋଲି ଜବଲପୁର ସ୍ଥିତି ସେଣ୍ଟ୍ରାଲ ଜୋନ ଓ୍ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡାଇରେକ୍ଟର କହିଛନ୍ତି । ସେହିପରି ପୂର୍ବତନ ଅନରାରୀ ଓ୍ୱାର୍ଡେନଙ୍କ କହିବା କଥା ପୂରା ନେଟଓ୍ୱର୍କକୁ ତନାଘନା ଅନେକ ତଥ୍ୟ ପଦାକୁ ଆସିବ।

The post ରେଭ୍ ପାର୍ଟିରେ ସାପ ବିଷର ଚାହିଦା ! ବିଦେଶୀ ଲିଙ୍କ୍‌ର ଖୋଳତାଡ଼ ହେବ appeared first on Odisha Reporter.



from Odisha Reporter https://ift.tt/3sBIR1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages