ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ମଧ୍ୟ ଜାରି ରହିଛି। ତେବେ ଘର ଘର ବୁଲି ଟିକା ଦେବା ସମ୍ଭବ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
କରୋନାର ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି, ଯାହା ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏଭଳି ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ଘର ଘର ବୁଲି ଟିକାକରଣ କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ତେବେ ଏହା ସମ୍ଭବ ନୁହେଁ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ଔପଚାରିକ ରୂପେ ନିବେଦନ କରାଯାଇ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
ଟିକା କେବଳ ବୟସ୍କ ବ୍ୟକ୍ତିଙ୍କ ପାଇଁ । ଏହା ନେବା ପରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇପାରେ। ଏଥିଲାଗି ଟିକା ନେବା ପରେ ପ୍ରତିଟି ବ୍ୟକ୍ତିଙ୍କୁ ୩୦ ମିନିଟ୍ ଡାକ୍ତରଙ୍କ ତଦାରଖରେ ରଖାଯାଉଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ଯେକୌଣସି ରାଜ୍ୟରେ ଘର ଘର ବୁଲି ଟିକା ଦେବା ପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ ରହିଛି। ଏଥିଲାଗି ନିକଟରେ ବ୍ରିହାନମୁମ୍ବାଇ କର୍ପୋରେସନ ମୁଖ୍ୟ ଇକବାଲ ଚହଲ ମହାରାଷ୍ଟ୍ର ସରକାରଙ୍କୁ ଏନେଇ ଅନୁରୋଧ କରିଥିଲେ। ଘର ଘର ବୁଲି ଟିକାକରଣ କରିବା ଦ୍ୱାରା ସଂକ୍ରମଣ କିଛି ମାତ୍ରାରେ କମିପାରିବା ସହ ସମସ୍ତ ଲୋକ ଟିକା ପାଇପାରିବେ ବୋଲି ସେ କହିଥିଲେ।
The post `ଘର ଘର ବୁଲି ଟିକା ଦେବା ସମ୍ଭବ ନୁହେଁ’ appeared first on Odisha Reporter.
from Odisha Reporter https://ift.tt/3dp398c
No comments:
Post a Comment