ଦିନକରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଦିନକରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମତି

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।  କରୋନା ସ୍ଥିତି ଖରାପରୁ ଆହୁରି ଖରାପ ଆଡକୁ ଗତି କରୁଛି ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୫୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଦିନକଟରେ ଦେଶରେ ୫୩ ହଜାର ୪୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟୁଇଟ୍‌ କରି ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୧,୪୯,୩୩୫ରେ ପହଞ୍ଚିଛି। ସେହିପରି ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୨,୪୬୮ରେ ପହଞ୍ଚିଛି। ମୋଟ ୧,୧୪,୩୪,୩୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଏହାଛଡ଼ା, ଏବେ ଦେଶରେ ୫,୫୨,୫୬୬ଟି ସକ୍ରିୟ ମାମଲା ରହିଛି ।

ସେପଟେ ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏବେ ଠାରୁ ସତର୍କ ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। ୮ ରାଜ୍ୟରେ ସ୍ଥିତି ବେଶ ଗମ୍ଭିର ରହିଛି। ପରିସ୍ଥିତିର ମୁକାବିଲା ଲାଗି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ କହିଛନ୍ତି।

The post ଦିନକରେ ୩ଶହ ଟପିଲା ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମତି appeared first on Odisha Reporter.



from Odisha Reporter https://ift.tt/3djcfDD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages