ରାୟଗଡ଼ା (ଓଡ଼ିଶା ରିପୋର୍ଟର) ପାଣି ପାଇଁ ଚିରକୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି। ବିଶେଷ କରି ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ନଳକୂଅ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି ଲାଗୁଛି। କାହା ହାତରେ ଗରା ତ ଆଉ କାହା ହାତରେ ବାଲ୍ଟି ।
ତା ସାଙ୍ଗକୁ ଖଣ୍ଡେ ଖଣ୍ଡେ ଧଳା କାଗଜର ଚିରକୁଟି । ଏହି ଚିରକୁଟିରେ ଲେଖାଯାଇଛି ମହିଳାଙ୍କ ନାଁ । ଯାହାକୁ ଚିରକୁଟି ମିଳୁଛି, ସେ ନଳକୂଅରୁ ପାଣି ନେଉଛି । ଏ ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ପ୍ରତିଦିନ ପାଣି ପାଇଁ ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟି ସଂଗ୍ରହ କରୁଛନ୍ତି ଗାଁର ମହିଳାମାନେ । ନାଗାବଳୀ ନଦୀ କୂଳରେ ଥାଇ ମଧ୍ୟ ଗାଁରେ ଭୀଷଣ ଜଳକଷ୍ଟ।
୨୦ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ଟ୍ୟୁବ୍ୱେଲ, ହେଲେ ତାହା ବି ଠିକ୍ରେ କାମ କରୁନି। ମାତ୍ର ୧୦-୨୦ ହାଣ୍ଡି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା ଲୋକଙ୍କ ଅଭିଯୋଗ କରିଛନ୍ତି।
The post ଚିରକୁଟି ଦେଖାଅ, ପାଣି ନିଅ-ନହେଲେ ନାହିଁ appeared first on Odisha Reporter.
from Odisha Reporter https://ift.tt/3dpfPfg
No comments:
Post a Comment