ଆଜି ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଆଜି ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ଆଜି ପାଳିତ ହେବ ରଙ୍ଗର ପର୍ବ ହୋଲି। ହୋଲି ପାଳନ ନିମନ୍ତେ ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା। କେବଳ ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା। ହେଲେ ଅପରାହ୍ନ ୩ଟାରୁ ପୁଣି ଥରେ ଆରମ୍ଭ ହେବ ଏହି ସେବା। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ବୋଲି ଟ୍ୱିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି।

ଏଥର କରୋନା କଟକଣା ପାଇଁ ହୋଲି ପାଳନ ବେଳେ କାହାକୁ ଛୁଇଁବାକୁ ବାରଣ କରାଯାଇଛି। ଏହାବ୍ୟତୀତ ବାହାରେ ନୁହେଁ ଘରେ ହୋଳି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ନିୟମ ପାଳନ ନିମନ୍ତେ ରାଜଧାନୀରେ କେବଳ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୨୦ଟି ପାଟ୍ରୋଲିଂ ଗାଡ଼ି ବୁଲିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, “ବାହାରେ ହୋଲି ଖେଳିବାକୁ ବାରଣ କରାଯାଇଛି। ଏହି କଟକଣାକୁ ଅନୁପାଳନ କରାଇବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ଛକ, ଗହଳି ଜାଗାରେ, ଗାଧୁଆ ତୁଠରେ ଫୋର୍ସ  ମୁତୟନ କରାଯାଇଛି। ୨୦ଟି ଗାଡ଼ି ପାଟ୍ରୋଲିଂ କରି ଲୋକଙ୍କ ଗତିବିଧୀ ଉପରେ କଡ଼ା ନଜର ରଖିବ। ” ଏହି ମହାମାରୀ ସମୟରେ ସଂୟମତା ଆଚରଣ କରିବାକୁ ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 

The post ଆଜି ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା appeared first on Odisha Reporter.



from Odisha Reporter https://ift.tt/3waRK4K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages