ଆଜି ରଙ୍ଗର ପର୍ବ ହୋଲି, ବାହାରେ ନୁହେଁ ଘରେ ଖେଳିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଆଜି ରଙ୍ଗର ପର୍ବ ହୋଲି, ବାହାରେ ନୁହେଁ ଘରେ ଖେଳିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ଖୁବ୍‌ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି । ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ । ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ପରସ୍ପରକୁ  ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଥାନ୍ତି ଲୋକେ  ।

ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି । ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାହାରକୁ ଯିବାକୁ ବାରଣ କରାଯିବା ସହ କାହାରିକୁ ସ୍ପର୍ଶ କରିବାକୁ ମନା କରାଯାଇଛି। ଦୂରତା ରକ୍ଷା କରି ହୋଲି ପାଳନ କରିବା,  ଭଲ ଭାବେ ସାବୁନରେ ହାତ ଧୋଇବା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, “ବାହାରେ ହୋଲି ଖେଳିବାକୁ ବାରଣ କରାଯାଇଛି। ଏହି କଟକଣାକୁ ଅନୁପାଳନ କରାଇବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ୧୫ ପ୍ଲାଟୁନ ଫୋର୍ସ ବିଭିନ୍ନ ଛକ, ଗହଳି ଜାଗାରେ, ଗାଧୁଆ ତୁଠରେ ମୁତୟନ କରାଯାଇଛି। ୨୦ଟି ଗାଡ଼ି ପାଟ୍ରୋଲିଂ କରିବ। ” ଏହି ମହାମାରୀ ସମୟରେ ସଂୟମତା ଆଚରଣ କରିବାକୁ ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

The post ଆଜି ରଙ୍ଗର ପର୍ବ ହୋଲି, ବାହାରେ ନୁହେଁ ଘରେ ଖେଳିବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3diPpvG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages