ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟ ମାମଲାରେ ଡ୍ରଗ୍ସର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରେ (NCB) ଶୁକ୍ରବାର ମୁମ୍ବାଇର ଏନଡିପିଏସ କୋର୍ଟରେ ଚାର୍ଜଶିଟ୍ ଫାଇଲ୍ ଦାଖଲ କରିଛି। ଏନସିବି ପାଖାପାଖି ୩୦ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଛି। ଏଥିରେ ୧୨ହଜାର ପୃଷ୍ଠାର ହାର୍ଡ କପି ଓ ସିଡି ପ୍ରମାଣ ଅଛି। ଚାର୍ଜଶିଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ୩୩ଜଣଙ୍କ ନାଁ ରହିଛି। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଏବଂ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛି।
ଗତ ବର୍ଷ ଅଗଷ୍ଟ ମାସରେ ଏନସିବି ଡ୍ରଗ୍ସ ମାମଲାରେ ଏଫଆଇଆର୍ ଦାଖଲ କରିଥିଲା। ଏହାର ୧୮୦ ଦିନ ଅର୍ଥାତ ୬ମାସ ପରେ ଆଜି ଏନସିବି ପୂରା କେସ୍ର ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଛି। ଚାର୍ଜଶିଟରେ ଏନିସିବି ଯେଉଁମାନଙ୍କ ନାଁ ରହିଛି, ସେ ସମସ୍ତଙ୍କୁ ଏନସିବି ଗିରଫ କରିଥିଲା। ଚାର୍ଜଶିଟରେ ଅଭିଯୁକ୍ତଙ୍କ ଡାଟା ରେକର୍ଡ କପି, ବ୍ୟାଙ୍କ ଷ୍ଟେଟମେଣ୍ଟ, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ ଓ ଟ୍ରାଭେଲିଂ ଡିଟେଲ୍ସ ରହିଛି।
ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବେଳେ ଇଡିକୁ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ୍ ମିଳିଥିଲା। ଯାହା ପରେ ଇଡି ସେହି ଚାଟ୍ ଏନସିବିକୁ ହସ୍ତାନ୍ତର କରିଥିଲା। ଏହା ପରେ କେସରେ ଏନସିବିର ଏଣ୍ଟ୍ରୀ ହୋଇଥିଲା ଏବଂ ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ଏନସିବି ତଦନ୍ତ ବେଳେ ବଲିଉଡର ଏକାଧିକ ଆଗଧାଡ଼ିର କଳାକାରକୁ ଘନଘନ ଜେରା କରିଥିଲା। ଏଥିରେ ରିୟାଙ୍କ ବ୍ୟତୀତ ଦୀପିକା ପାଦୁକୋନ, ସାରା ଅଲୀ ଖାନ୍, ଶ୍ରଦ୍ଧା କପୁର, ଅର୍ଜୁନ ରାମପଲଙ୍କ ନାଁ ସାମିଲ୍ ଥିଲା।
The post ବଲିଉଡ୍ ଡ୍ରଗ୍ସ ମାମଲା: ୩୩ ଜଣଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କଲା NCB appeared first on Odisha Reporter.
from Odisha Reporter https://ift.tt/3uTMwJL
No comments:
Post a Comment