କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ମହାରାଷ୍ଟ୍ର: ବେକାକୁ ହେଲାଣି କରୋନା। ଏହାକୁ ଦୃଷ୍ଟିରେ ରଖି କାଲିଠି ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ପୁଣେ ସହରରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୩ ତାରିଖରୁ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏନେଇ ସୂଚନା ଦେଇଛନ୍ତି।ୟ

ଏଥିସହ ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍‌ ଓ ରେସ୍ତୋରାଁକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ସେହିପରି ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।

ଏହାପୂର୍ବରୁ କରୋନାର ବଢ଼ୁଥିବା ସଂକ୍ରମଣକୁ  ଦୃଷ୍ଟିରେ ରଖି  ଛତିଶଗଡ଼ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୬ରୁ ୧୪ ଯାଏଁ ଲକଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାଯର୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

The post କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ appeared first on Odisha Reporter.



from Odisha Reporter https://ift.tt/3dpNpSx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages