‘କ୍ରିକେଟ ବଢ଼ାଇଲା ସଂକ୍ରମଣ, ହେଲେ ସୀମା ସିଲ୍‌ ସମାଧାନ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

‘କ୍ରିକେଟ ବଢ଼ାଇଲା ସଂକ୍ରମଣ, ହେଲେ ସୀମା ସିଲ୍‌ ସମାଧାନ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ରିକେଟ ଖେଳ ବଢ଼ାଇଲା ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ମୁହାଁ ହୋଇଛି। ମୁଖ୍ୟତଃ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛନ୍ତି। ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି। ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଏନେଇ  ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି,  “ ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। କଳହାଣ୍ଡି, ନୂଆପଡ଼ାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି।”

ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷିପ୍ର ବେଗ୍‌ରେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି ।

ପଡ଼ୋଶୀ ଛତିଶଗଡ଼ର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ କରୋନା ଟେଷ୍ଟକୁ ପ୍ରାଥମିକତା ଦେବାକୁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହାସହ କଣ୍ଟାକ୍ଟ ଟ୍ରେଷ୍ଟିଂ କୁ ଜୋର୍ ଦେବାକୁ କୁହାଯାଇଛି ।

ଏହାବ୍ୟତୀତ ଜିଲ୍ଲାର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ସିଲିଣ୍ଡର ମହଜୁଦ୍ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୨୫୦ଟି ବେଡ୍ ପ୍ରସ୍ତୁତ ରଖିବାକୁ କଟକ ବଡ଼ ମେଡିକାଲକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆବଶ୍ୟକ ଅନୁସାରେ ଭୁବନେଶ୍ୱରରେ ବେଡ୍ ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

The post ‘କ୍ରିକେଟ ବଢ଼ାଇଲା ସଂକ୍ରମଣ, ହେଲେ ସୀମା ସିଲ୍‌ ସମାଧାନ ନୁହେଁ’ appeared first on Odisha Reporter.



from Odisha Reporter https://ift.tt/3fxdlyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages