ସକାଳୁ ସକାଳୁ ଲାଗିଲା କଳି; ନଦୀକୁ ଡେଇଁ ପଡ଼ିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ସକାଳୁ ସକାଳୁ ଲାଗିଲା କଳି; ନଦୀକୁ ଡେଇଁ ପଡ଼ିଲେ ମହିଳା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରୋଇ କଳିରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଲେ ମହିଳା। ଏପରିକି ଆଜି ସକାଳୁ ବ୍ରାହ୍ମଣୀ ନଦୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏପରି  ଅଭାବନୀୟ ଘଟଣା ଆଜି ସକାଳୁ ରାଉରକେଲାରେ ଘଟି ଯାଇଛି। ଗୁରୁତର ଥିବା ମହିଳାଜଣକ ହେଲେ ସୁଧା ଲୋହାର।

ସୂଚନା ଅନୁଯାୟୀ, ସୁଧା ଲୋହାର ନିଜ ସ୍ୱାମୀ ମନୋଜ ଲୋହାରଙ୍କ ସହ ବ୍ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି ।  ଗୁରୁବାର ସକାଳେ  କୌଣସି କାରଣରୁ ଘରେ କଳି ଲାଗିବାରୁ ସୁଧା ଘରୁ ବାହାରି ପଳାଇ ଆସିଥିଲେ। ଏହାପରେ ଉତ୍ତ୍ୟକ୍ତ ମହିଳାଜଣକ ରାଉରକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।   ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର  ଥିବା ଜଣାଯାଇଛି।

ଆମ୍ବୁଲାନ୍ସରେ ଗୁରୁତର ମହିଳାଙ୍କୂ ହସ୍ପିଟାଲ ନିଆଯାଉଛି।

ପରିବାର ଲୋକ ସୁଧାଙ୍କୁ  ନ ପାଇ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ଖବର ପାଇ ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି। ପୁଲିସ୍‌ ସୁଧାଙ୍କ ସମେତ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

The post ସକାଳୁ ସକାଳୁ ଲାଗିଲା କଳି; ନଦୀକୁ ଡେଇଁ ପଡ଼ିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3v1XOem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages