ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ, ୪ ମୃତ

ଇସଲାମାବାଦ: ଚାଇନା ରାଜଦୂତ ରହୁଥିବା ଏକ ହୋଟେଲରେ ବିସ୍ଫୋରଣ ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ୧୧ ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ହୋଟେଲରେ ଥିବା ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି।

ପାକିସ୍ତାନ ଗୃହମନ୍ତ୍ରୀ ରଶିଦ ଅହମଦଙ୍କ ବିବୃତ୍ତି ଅନୁଯାୟୀ ଏହି ହୋଟେଲରେ ଚାଇନାର ରାଜଦୂତ ରହୁଥିଲେ। ହେଲେ ବିସ୍ଫୋରଣ ବେଳେ ରାଜଦୂତ ଜଣଙ୍କ ହୋଟେଲ ବାହାରେ ଥିଲେ। ବେଲୁଚିସ୍ତାନର ଗୃହମନ୍ତ୍ରୀ ଜିୟାଉଲ୍ଲାହ କହିଛନ୍ତି, ଚାଇନାର ରାଜଦୂତ ସୁରକ୍ଷିତ ରହିଛନ୍ତି। ତେବେ ଚାଇନା ରାଜଦୂତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ବେଲଚିସ୍ତାନରେ ଗ୍ୱଦର ବନ୍ଦର ରହିଛି। ଯାହାକି ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଇକୋନୋମିକ୍ କରିଡରରେ ରହିଛି। ଆଉ ଏଠାରେ 65 ବିଲିୟନ ଡଲାରର ପୁଞ୍ଜି ବିନିଯୋଗ କରିଛି ଚାଇନା। ତେଣୁ ପ୍ରାୟତଃ ବେଲୁଚିସ୍ତାନରେ ଚାଇନା ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳେ। ବିସ୍ଫୋରଣ ସତ୍ତ୍ୱେ ଚାଇନା ରାଜଦୂତଙ୍କ ଗସ୍ତସୂଚୀ ବା କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ରହିଛି।

ପାକିସ୍ତାନର ତାଲିବାନ ଏହି ଆକ୍ରମଣ କରିଥିବା ନିଜ ଆଡୁ କହିଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନର ମୁଖପାତ୍ର ରଏଟର୍ସକୁ ଏକ ବାର୍ତ୍ତା ଜରିଆରେ କହିଛି ଯେ ହୋଟେଲ ଉପରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏଭଳି କରିବା ପାଇଁ କାରରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ବେଲୁଚିସ୍ତାନରେ ବିଦ୍ରୋହ ଜାରି ରହିଛି। ଏଠାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ହେଲେ ଏହାର ଭାଗ ଅଧିକ ବେଲୁଚିସ୍ତାନକୁ ମିଳିବା ଦରକାର ବୋଲି ଏଠିକାର ଲୋକମାନେ ଦାବି କରୁଛନ୍ତି। ଯାହାକୁ ନେଇ ଏଠାରେ ମତପାର୍ଥକ୍ୟ ଦେଖାଦେଇଛି।

The post ଚାଇନା ରାଜଦୂତ ରହୁଥିବା ହୋଟେଲରେ ବିସ୍ଫୋରଣ, ୪ ମୃତ appeared first on Odisha Reporter.



from Odisha Reporter https://ift.tt/3sG6LIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages