‘ଆବଶ୍ୟକ ନ ଥିଲେ ହସ୍ପିଟାଲ ଯାଅନି, ଘରେ ରୁହ, ମନୋବଳ ଦୃଢ଼ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

‘ଆବଶ୍ୟକ ନ ଥିଲେ ହସ୍ପିଟାଲ ଯାଅନି, ଘରେ ରୁହ, ମନୋବଳ ଦୃଢ଼ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଗତ ୩ ଦିନ ଧରି ଏହି ଟ୍ରେଣ୍ଡ ୬ ହଜାର ଉପରେ ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହୋଇ ନ ଥିଲେ ମଧ୍ୟ  କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍ ସମସ୍ୟା ଦୂର ଲାଗି ଏବେଠୁ ପଦକ୍ଷେପ ନେଲେଣି ରାଜ୍ୟ ସରକାର।

ଆବଶ୍ୟକ ନଥିଲେ ରୋଗୀଙ୍କୁ ଅକ୍ସିଜେନ ଦିଆଯିବ ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ଗୁରୁତର ନ ଥିବା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନ ଆସିବାକୁ ପରାମର୍ଶ  ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ସିଜେନର ଆବଶ୍ୟକତା ନଥିବା ଅନେକ କରୋନା ରୋଗୀ ଭୟଭୀତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲରେ ସହଜରେ ବେଡ୍ ଉପଲବ୍ଧ ହୋଇପାରୁନି ।

ଗୁରୁତର ନ ଥିବା ଆକ୍ରାନ୍ତ ଘରେ କିମ୍ବା କୋଭିଡ୍ କେୟାର ସେଣ୍ଟରରେ ରହି ସୁସ୍ଥ ହୋଇପାରିବେ । ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ପାଇଁ ଯେମିତି ହସ୍ପିଟାଲରେ ବେଡ୍ ଖାଲି ରଖାଯାଇପାରିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି  । ଏଥିସହ ଘରେ ରହି ଯେମିତି କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ ଏବଂ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ସେନେଇ ଡାକ୍ତରୀ ପରାମର୍ଶ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ।   ଏଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖିଛି  ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ,  ଯଦି କେହି କୋଭିଡ୍ ଆକ୍ରାନ୍ତ ଅଣନିଶ୍ୱାସୀ ଅନୁଭବ କରୁଥିବେ ଓ ଧଇଁସଇଁ ହେଉଥିବେ ସେ କ୍ଷେତ୍ରରେ ତାଙ୍କୁ ମେଡିକାଲ୍ ଅକ୍ସିଜେନ୍ ଦିଆଯାଇପାରିବ । ସେହିପରି ରକ୍ତରେ ଅମ୍ଳଜାନ ପରିମାଣ ୯୨ ପ୍ରତିଶତରୁ ତଳକୁ ଖସିଲେ ଅକ୍ସିଜେନ ଦିଆଯିବା ବିଧେୟ । କୌଣସି କରୋନା ଆକ୍ରାନ୍ତଙ୍କ  ଫୁସ୍‌ଫୁସ୍‌ରେ ସଂକ୍ରମଣ ଥିଲେ ଓ ତରଳ ଜମିଥିଲେ ତାଙ୍କୁ ଅକ୍ସିଜେନ୍ ଦିଆଯିବା ଅତି ଜରୁରୀ । ତେବେ ରୋଗୀ ଯଦି ଖାଲି ଅଣନିଶ୍ୱାସୀ ଅନୁଭବ କରୁଥିବେ, ମାତ୍ର ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଥିବ ସେ କ୍ଷେତ୍ରରେ ବି ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିନଥାଏ । ଦେଶରେ ସଂକଟ ସ୍ଥିତିରେ, ଘରେ ଆବଶ୍ୟକତା ନଥାଇ ଅକ୍ସିଜେନ୍ ସିଲିଣ୍ଡର୍ ବ୍ୟବହାର କରି ଏହାର ଅପଚୟ ନକରିବାକୁ ପରାମର୍ଶ ଦିଆଯାଉଛି।

ଅପରପକ୍ଷେ,  ଆବଶ୍ୟକ ନଥିଲେ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା କରିବା ସହ ଏକ ସରଳ ଉପାୟ ଆପଣେଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଡାକ୍ତରୀ ଭାଷାରେ ଏହାକୁ କୁହାଯାଉଛି ପ୍ରୋନିଂ। ପିଠିରୁ ପେଟ ଯାଏଁ ଶରୀରର ମୁକ୍ତ ଚଳନକୁ ପ୍ରୋନିଂ କୁହାଯାଏ। ଏହାଦ୍ୱାରା  କୃତ୍ରିମ ଅକ୍ସିଜେନ ବିନା ବି ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ । ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଅତି ସହଜ ଓ ସରଳ ଉପାୟରେ ଆରାମ ପାଇପାରିବେ କୋଭିଡ୍ ଆକ୍ରାନ୍ତ। ତେବେ ହୃଦରୋଗୀ, ଗର୍ଭବତୀ ମହିଳା ଓ ମେରୁଦଣ୍ଡରେ କଷ୍ଟ ଭୋଗୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଉପାୟ ଆପଣାଇବାକୁ ବାରଣ କରାଯାଇଛି । ସେଇଭଳି ଖାଦ୍ୟ ଖାଇବା ପରେ ବି ପ୍ରୋନିଂ ବିଧି ସଂଗତ ନୁହେଁ । ଶରୀରରେ ଅମ୍ଳଜାନ ପରିମାଣ ୯୫ ପ୍ରତିଶତରୁ ହ୍ରାସ ପାଇଲେ ହିଁ ପ୍ରୋନିଂ କରାଯିବା ଉଚିତ୍ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୬୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ରିପୋର୍ଟ ଆସିଛି। ଏହା ସହିତ ଲଗାତାର ତିନି ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହୁଛି।ଏହି ୬,୬୪୭ ଜଣଙ୍କ ମଧ୍ୟରୁ ୩,୮୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୭୯୨ଟି ହେଉଛି ଲୋକାଲ୍ କେସ୍‌।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୬,୬୪୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର ହୋଇଯାଇଛି। ରାଜ୍ୟରେ ୪,୦୧, ୩୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୫୬,୦୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୪୩,୩୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି।

The post ‘ଆବଶ୍ୟକ ନ ଥିଲେ ହସ୍ପିଟାଲ ଯାଅନି, ଘରେ ରୁହ, ମନୋବଳ ଦୃଢ଼ କର’ appeared first on Odisha Reporter.



from Odisha Reporter https://ift.tt/2QrGOzv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages