ଆଜି ରାତି ୧୦ରୁ ରାଜଧାନୀ ହେବ ସଂପୂର୍ଣ୍ଣ ଲକଡାଉନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

ଆଜି ରାତି ୧୦ରୁ ରାଜଧାନୀ ହେବ ସଂପୂର୍ଣ୍ଣ ଲକଡାଉନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଥିବାରୁ ଦେଶର ରାଜଧାନୀ ଦିଲ୍ଲୀରେ ୬ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। ପୂର୍ବରୁ କେବଳ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ ଲାଗୁ ହେଉଥିବା ବେଳେ ଆଜି ରାତି ୧୦ଟାରୁ ସମଗ୍ର ଦିଲ୍ଲୀରେ ଲକଡାଉନ ଆରମ୍ଭ ହେବ। ଏହି ଲକଡାଉନ ଅବଧି ଆସନ୍ତା ସୋମବାର ଭୋର ୫ଟା ଯାଏ ବଳବତ୍ତର ରହିବ।

ଲକଡାଉନ ବେଳେ କେହି ବି ଘରୁ ବାହାରିପାରିବେ ନାହିଁ। ସେହିପରି କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ସେହିପରି ବାହାଘର ପାଇଁ ସ୍ୱତନ୍ତ୍ର ପାସ୍‌ ମଧ୍ୟ ମିଳିବ। ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକଡାଉନ ବେଳେ ଜରୁରୀ ସେବା ସହ ଖାଦ୍ୟ ଓ ମେଡିକାଲ ସେବା ମଧ୍ୟ ଜାରି ରହିବ।

କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧିବଦ୍ଧ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ କରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଛି। ଲକଡାଉନ ଲାଗୁ କରିବା ଛଡ଼ା ଆମ ପାଖରେ ଆଉ କିଛି ଉପାୟ ନାହିଁ। ସଂକ୍ରମଣ ବଢ଼ୁଥିବାରୁ ବେଡ୍‌ର ଅଭାବ ଦେଖାଗଲାଣି। ଅମ୍ଳଜାନର ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଲୋକଙ୍କ ଚିକିତ୍ସା କରିବାକୁ ରେମଡେସିଭିର ଇଞ୍ଜେକସନ ମଧ୍ୟ ମିଳୁନାହିଁ।

ଯଦି ଆମେ ଏବେ ସଂକ୍ରମଣ ନ ରୋକିବା ତା’ହେଲେ, ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଯିବ। ତେଣୁ ଆମେ ବହୁତ କଷ୍ଟର ସହ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ। ଲକଡାଉନ ବେଳେ ସରକାରଙ୍କୁ ସହଯୋଗ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି। ଏଥିସହ ଲକଡାଉନ ହୋଇଥିଲେ ହେଁ ପ୍ରବାସୀମାନଙ୍କୁ ଦିଲ୍ଲୀ ନ ଛାଡ଼ିବାକୁ ସେ ନିବେଦନ କରିଛନ୍ତି। ସମସ୍ତେ ମିଳିମିଶି କରୋନା ସହ ଦିଲ୍ଲୀରେ ଲଢ଼େଇ କରିବା ବୋଲି ସେ ସମସ୍ତଙ୍କୁ ଆହ୍ୱାନ କାରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ରବିବାର କରୋନା ସବୁ ରେକର୍ଡ ଭାଙ୍ଗିଥିଲା। ଦିନକରେ ୨୫ ହଜାର ୪୬୨ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୧୪୧ ଜଣଙ୍କ ଜୀବନ ଯାଇଥିଲା। ପଜିଟିଭିଟି ରେଟ୍‌ ୩୦% ବଢ଼ିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏବେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଦିଲ୍ଲୀ ସରକାର ଶେଷରେ ଲକଡାଉନ ଲାଗୁ କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣ ପାଇଁ ପୂରା ରାଜ୍ୟରେ ୧୫ ଦିନ ପାଇଁ କର୍ଫ୍ୟୁ ଲାଗୁ କରିଥିଲେ। ଦିଲ୍ଲୀ ଦ୍ୱିତୀୟ ରାଜ୍ୟ ଭାବେ ସଂପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଛି।

The post ଆଜି ରାତି ୧୦ରୁ ରାଜଧାନୀ ହେବ ସଂପୂର୍ଣ୍ଣ ଲକଡାଉନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3suDoZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages