ଚେନ୍ନାଇ: ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା । ଏଥିରୁ ବଞ୍ଚିବା ପାଇଁ ଏକ ମାତ୍ର ବିକଳ୍ପ ହେଉଛି ମାସ୍କ। ଏଥିପାଇଁ ବଜାରରେ ଭଳି କି ଭଳି ରଙ୍ଗ ବେରଙ୍ଗ ମାସ୍କ ବିକ୍ରି ହେଉଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କପଡା ଏବଂ ବିଭିନ୍ନ ଡିଜାଇନ୍ର ମାସ୍କ ମଧ୍ୟ ତିଆରି ହେଉଛି। ତେବେ ଏହି ମହାମାରୀ କରୋନାକୁ ରୋକିବା ପାଇଁ ଏବେ କପଡା ନୁହେଁ କାଗଜରେ ତିଆରି ମାସ୍କ ବଜାରକୁ ଆସିଛି।
ମାଙ୍ଗାଲୋର୍ର ଜଣେ ଯୁବକ କରୋନା ମୁକାବିଲା ପାଇଁ ତିଆରି କରିଛନ୍ତି କାଗଜ ମାସ୍କ। ଏହି ଇକୋ ଫ୍ରେଣ୍ଡଲି ମାସ୍କକୁ ମାତ୍ର ଥରେ ବ୍ୟବହାର କରିପାରିବେ ବ୍ୟକ୍ତି। ମୋଟା ପେପର୍ରେ ପ୍ରସ୍ତୁତ ଏହି ମାସ୍କଟି କରୋନା ଦାଉରୁ ରାକ୍ଷା କରିପାରିବ ବୋଲି ଏହାକୁ ତିଆରି କରିଥିବା ଡିଜାଇନର୍ ଦାବି କରିଛନ୍ତି। ଏହି ମାସ୍କଟି କେବଳ କରୋନାରୁ ରକ୍ଷା କରିବ ତାହା ନୁହେଁ ଗଛ ପାଇଁ ମଧ୍ୟ ଏହା ଲାଭଦାୟକ। ଏହି ପେପର୍ ମାସ୍କ ଗଛ ବୃଦ୍ଧିରେ ମଧ୍ୟ କାମରେ ଆସିବ ବୋଲି ସେ କହିଛନ୍ତି। ଏହି ମାସ୍କ ଲୋକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ ଏବେ ଦେଶରେ କରୋନା ତା’ର କରାଳ ରୂପ ଦେଖାଉଛି। ଦିନକୁ ଦିନ ଉପରମୁହାଁ ହୋଇଚାଲିଛି କରୋନା ଗ୍ରାଫ। ପ୍ରତ୍ୟେକ ଦିନ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାରା ଦେଶରେ କରୋନା ସ୍ଥିତି ପୁରା ସଙ୍ଗୀନ ରହିଛି। କରୋନା ଜନିତ ମୃତ୍ୟୁ ମାମଲା ମଧ୍ୟ ବଢ଼ିଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ୍ ଶଟ୍ଡାଉନ୍ କର୍ଫ୍ୟୁ ଆଦି ଲାଗୁ କରାଯାଇଛି।
The post ଏଥର କପଡ଼ା ନୁହେଁ କାଗଜ ମାସ୍କ! appeared first on Odisha Reporter.
from Odisha Reporter https://ift.tt/2RNWH3B
No comments:
Post a Comment